www.samajalive.in
Friday, December 5, 2025
23.1 C
Bhubaneswar

ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ: ଲେଖିଲେ, ଆଶା ଥିଲା ୩୦ ବର୍ଷ ପୁରା ହେବ..

ସମାଜ ଡିଜିଟାଲ ଡେସ୍କ: ପତ୍ନୀଙ୍କଠାରୁ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ତଥା ଗାୟକ ଏ.ଆର. ରେହମାନ(୫୭)। ବିବାହର ୨୯ ବର୍ଷ ପରେ ଏ.ଆର. ରେହମାନ ଓ ତାଙ୍କ ପତ୍ନୀ ସାୟରା ବାନୁ ଅଲଗା ହେଉଛନ୍ତି। ସାୟରାଙ୍କ ଓକିଲ ବନ୍ଦନା ଶାହ ଆନୁଷ୍ଠାନିକ ଭାବେ ବୟାନ ଜାରି କରି ଦମ୍ପତିଙ୍କ ଛାଡପତ୍ର ଘୋଷଣା କରିଛନ୍ତି ଏବଂ ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି। ଏହାର କିଛି ସମୟ ପରେ ଏ.ଆର. ରେହମାନ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭାବପ୍ରବଣ ନୋଟ୍ ଶେୟାର କରି ଏହାକୁ ନିଶ୍ଚିତ କରିଛନ୍ତି।

ସାୟରା ବାନୁଙ୍କ ଓକିଲ ଲେଖିଛନ୍ତି ଯେ, ‘‘ବିବାହର ବହୁ ବର୍ଷ ପରେ ସାୟରା ଏବଂ ତାଙ୍କ ସ୍ୱାମୀ ଏ.ଆର. ରେହମାନ ପରସ୍ପରଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ସମ୍ପର୍କରେ ଭାବଗତ ତିକ୍ତତା ପରେ ଏହି ନିଷ୍ପତ୍ତି ଆସିଛି। ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ ସତ୍ବେ, ଦମ୍ପତି ଜାଣିବାକୁ ପାଇଲେ ଯେ, ଚାପ ଏବଂ ସମସ୍ୟା ସେମାନଙ୍କ ମଧ୍ୟରେ ଏଭଳି ଏକ ଖାଲ ସୃଷ୍ଟି କରିଛି, ଯାହାକୁ ଭରିବାକୁ ଏହି ସମୟରେ କେହି ବି ସକ୍ଷମ ନୁହେଁ।’’

- Advertisement -

ଏ.ଆର.ରେହମାନ ଲେଖିଛନ୍ତି, ‘‘ଆଶା ଥିଲା ଆମେ ତିରିଶ ବର୍ଷ ପୁରା କରିବୁ, କିନ୍ତୁ ଲାଗୁଛି ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଥାଏ। ଭଙ୍ଗା ହୃଦୟର ଭାରରେ ଭଗବାନଙ୍କ ସିଂହାସନ ମଧ୍ୟ ଥରିପାରେ। ତଥାପି, ଏହି ସମୟରେ ଆମେ ଅର୍ଥ ଖୋଜିଥାଉ, ଯଦିଓ ହୃଦୟର ଖଣ୍ଡଗୁଡ଼ିକୁ ପୁନର୍ବାର ସେମାନଙ୍କର ସ୍ଥାନ ମିଳିବ ନାହିଁ। ଆମର ବନ୍ଧୁଗଣ, ଏହି କଷ୍ଟକର ସମୟ ଦେଇ ଗତି କରୁଥିବାବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ।”

ସୂଚନାଯୋଗ୍ୟ, ଏ.ଆର. ରେହମାନ ଓ ସାୟରା ବାନୁ ୧୯୯୫ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ୩ଟି ସନ୍ତାନ ଅଛନ୍ତି।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories