www.samajalive.in
Friday, December 5, 2025
23.1 C
Bhubaneswar

ଛତୁ ସିଞ୍ଚନ ପାଇଁ ଥିବା ଔଷଧ ପିଇବା ଯୋଗୁଁ ମୃତ୍ୟୁ: ଜଗତସିଂହପୁର ଏସ୍‌ପି

ଜଗସିଂହପୁର: ଜଗତସିଂହପୁର ତିର୍ତ୍ତୋଲ ସିରସ୍ତା ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସପି। ଏହା ମଦ ମୃତ୍ୟୁ ନୁହେଁ । ଛତୁ ସିଞ୍ଚନ ପାଇଁ ଥିବା ଔଷଧ ପିଇବା ଯୋଗୁଁ ଏହି ମୃତ୍ୟୁ ଘଟିଛି। ବିଭିନ୍ନ ଦିଗରୁ ଆମେ ଏହାର ତଦନ୍ତ ଜାରି ରଖିଛୁ। ସୂଚନା ମୂତାବକ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ଥିବା ସିରସ୍ତା ଗାଁରେ ସନ୍ଦେହଜନକ ଭାବେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।  ମୃତକ ଦୁଇ ଜଣ ବିଭୁତି ସାମଲ ଏବଂ ଗୋପବନ୍ଧୁ ସାମଲ ବୋଲି ଜଣାପଡିଛି। ଉଭୟ ସମ୍ପର୍କରେ ଦାଦା ପୁତୁରା। ହଟାତ୍ ଉଭୟ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ପାଟକୁରା ଏବଂ ପରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ବିଷାକ୍ତଯୁକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିଲା। କିନ୍ତୁ ଛତୁ ସିଞ୍ଚନ ପାଇଁ ଥିବା ଔଷଧ ପିଇବା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ଜଗତସିଂହପୁର ଏସପି କହିଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories