www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଆ ଚଳଚ୍ଚିତ୍ର ‘ସ୍କୁଲ ଡାଏରୀ’ର ଶୁଭ ମହୂରତ

ଭୁବନେଶ୍ବର : ଆଗାମୀ ଓଡ଼ିଆ ଫିଲ୍ମ ‘ସ୍କୁଲ ଡାଏରୀ’ର ଶୁଭ ମହୂରତ ହୋଇଯାଇଛି । ଶ୍ରୀ ଗଣେଷ ପ୍ରଡକ୍ସନ ବ୍ୟାନରରେ ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି । ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବା ଭଳି କାହାଣୀ ଏଥିରେ ଦେଖିବାକୁ ମିଳିବ । ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଜଣେ ଛାତ୍ର ଜୀବନରେ କିଭଳି ପ୍ରଭାବ ପକାଉଛି ତାହା ଏହି ସିନେମାରେ ଦେଖିବାକୁ ମିଳିବ । କାହାଣୀରେ ପ୍ରେମ, ଅପରାଧ ସବୁକିଛି ଦେଖିବାକୁ ମିଳିବ । ପରଦାରେ ସିନେମାଟି ଦର୍ଶକଙ୍କୁ ସ୍କୁଲ ସମୟର ଅତୀତକୁ ଫେରାଇନେବ ବୋଲି ନିର୍ମାତା କହିଛନ୍ତି ।

- Advertisement -

ସିନେମାର ପ୍ରଯୋଜକ ହେଉଛନ୍ତି ଲଗ୍ନା ସ୍ବାଇଁ ଓ ସମ୍ବିତ୍ ବାରିକ୍ । ଲାଇନ୍ ପ୍ରଡ୍ୟୁସର ଗଣେଶ ପଣ୍ଡା ଓ ରବି କୁମାର ଶତପଥୀ । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସମ୍ବିତ ବାରିକ । ପୂର୍ବରୁ ସମ୍ବିତ୍ ଅନେକ ଧାରାବାହିକ ଓ ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି । ସଂଳାପ ରଚନା ଡ. ରଜନୀ ରଞ୍ଜନ କରିଥିବାବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ । ସେହିଭଳି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢୀ । ନାୟକ ଭୂମିକାରେ ପ୍ରେମ ଓ ନାୟିକା ଭାବେ ଅକ୍ଷିତା ଓ ଦିବ୍ୟା ନଜର ଆସିବେ । ଉଭୟ ହିରୋ ଓ ୨ ହିରୋଇନ୍ ଏହି ସିନେମା ମାଧ୍ୟମରେ ଓଲିଉଡ ଜଗତରେ ନିଜ ଡେବ୍ୟୁ କରୁଛନ୍ତି । ସେମାନଙ୍କ ସହ ଚୌଧୁରୀ ଜୟପ୍ରକାଶ ଦାଶ, ସସ୍ମିତା ଅପା ଓ ରବି ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିବେ । ମିଡିଆ ପ୍ଲାନର ଭାବେ ଅମରେଶ ଦାୟିତ୍ବ ତୁଲାଉଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories