www.samajalive.in
Monday, December 8, 2025
27.1 C
Bhubaneswar

ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ; ଏଆଇକେକେଏମର ଜିଲାପାଳ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝରଗଡ଼: ଜିଲାରେ ଶିଳ୍ପ ପ୍ରତିଷ୍ଠା ଆଳରେ ଆଦିବାସୀଙ୍କ ଚାଷ ଜମିକୁ ଅଧିଗ୍ରହଣ କରାଯାଇ ଯେଉଁ ଶିଳ୍ପପତିଙ୍କ ହାତରେ ଟେକିଦେବା ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ତାହା କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଅଲ୍‌‌ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଙ୍ଗଠନ(ଏଆଇକେକେଏମଏସ) ରାଜ୍ୟ ସମ୍ପାଦକ ରଘୁନାଥ ଦାସ କହିଛନ୍ତି। ଏଆଇକେକେଏମଏସ ଜିଲା ସଭାପତି ଘନଶ୍ୟାମ ମହାନ୍ତ ଓ ଜିଲା ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ ସୋମବାର ଅପରାହ୍ନରେ ସହସ୍ରାଧିକ ଚାଷୀ ଓ କୃଷକ କରଞ୍ଜିଆ ବସ୍‌‌ଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧି, ଚାଷୀମାନଙ୍କର ଧାନ ବିକ୍ରି ସମସ୍ୟା, ଚାଷଜମିକୁ ବଳପୂର୍ବକ ଅଧିଗ୍ରହଣ ଆଦି ସମ୍ପର୍କରେ ଏଆଇକେକେଏମଏସ ରାଜ୍ୟ ସମ୍ପାଦକ ରଘୁନାଥ ଦାସ ତୀବ୍ର ସମାଲୋଚନା କରିବା ସହିତ ଜିଲାରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ସର୍ଦ୍ଦାର ଓ ପ୍ରକାଶ ମଲ୍ଲିକ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ଜିଲାର ପ୍ରତି କାର୍ଯ୍ୟାଳୟରେ ଦିନକୁ ଦିନ କିଭଳି ଦୁର୍ନୀତି ବୃଦ୍ଧି ପାଉଛି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ବ୍ୟବସାୟ ବାଣିଜ୍ୟ ନୀତି ପ୍ରଚଳନ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ବନ୍ଦ କରିବା, ପତିତ ଜମିରେ ସରକାରୀ ଉଦ୍ୟୋଗରେ ଖଣିଭିତ୍ତିକ କଳକାରଖାନା ନିର୍ମାଣ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ଗ୍ୟାରେଣ୍ଟି ପ୍ରଦାନ, ସ୍ୱାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ ଏମ୍‌‌ଏସ୍‌‌ପି ମୂଲ୍ୟ ନିର୍ଦ୍ଧାରଣ, ବିଦ୍ୟୁତ୍‌‌ ବିଲ୍-୨୦୨୩ ତୁରନ୍ତ ପ୍ରତ୍ୟାହାର କରିବା, ସ୍ମାର୍ଟ ମିଟର ବସାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ରେସନ କାର୍ଡଧାରୀଙ୍କୁ ମାସିକ ଜଣପ୍ରତି ୧୫କି.ଗ୍ରା. ରାସନ ପ୍ରଦାନ, ୫୫ବର୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମାସିକ ସର୍ବନିମ୍ନ ୧୦ହଜାର ଟଙ୍କା ପେନସନ ପ୍ରଦାନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories