www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଧାନ ଗୁରୁଜୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

କଂଟାବାଞ୍ଜି  : ତୁରେକେଲା ବ୍ଲକ ଶିକ୍ଷା ଜିଲ୍ଲା ମାନ୍ଦଲା କ୍ଲଷ୍ଟର ଅନ୍ତର୍ଗତ ପାଟିମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଗତ ୩୦ ତାରିଖ ଦିନ ଦୀର୍ଘ ୪୧ ବର୍ଷର ଚାକିରୀ ଜୀବନ ପରେ ଅବସର ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ମାନ୍ଦଲା କ୍ଲଷ୍ଟର ତରଫରୁ ପ୍ରଧାନ ଶିକ୍ଷକ ଅକୃର ପୁଟାଙ୍କ ର ସଭାପିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଗୋଷ୍ଠି ସାଧନ କର୍ମି ଜାନକୀରାମ ସାମବେଦମ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପୁରୋହିତ , ଅତିରିକ୍ତ ଶିକ୍ଷା ଅଧିକାରୀ ବି.ଆର.ସି. ଫକୀର ବିଶି ଅନ୍ୟତପ୍ରାଥମିକମ ନିମଂତ୍ରିମ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଦିନ ମିତ୍ରନାଗ (ଲୋଇସିଂହା) ରେଙ୍ଗାଲି  ବିଦ୍ୟାଳୟ ବଲାଙ୍ଗିର ସଦର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରୀପାଠି ମଂଚାସୀନ ଥଲେ। ମୁଖ୍ୟ ଅତିଥି ଜିଲ୍ଲ୍ା ଶିକ୍ଷା ଅଧିକାରୀ ଅବସର ଗୁରୁଜୀ ପଣ୍ଡା ଙ୍କୁ  ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଦନା କରିବା ସହ ତାଙ୍କର ଚାକିରି କାଳ ଜୀବନ ଉପରେ ଆଲୋକପାତ କରିବା ସହ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ପାଠପଢା ଶୈଳୀ ଓ ସ୍ନେହ ଶ୍ରଦ୍ଧା ଅନୁକରଣ କରିବା ପାଇଁ ଉପସ୍ଥିତ କ୍ଲଷ୍ଟର ଶିକ୍ଷକ ଶିକ୍ଷୟୀତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ମଂଚାସୀନ ଅତିଥି ମାନେ ତାଙ୍କର ଶିକ୍ଷା ଦାନ ଛାତ୍ର ଛାତ୍ରୀ ବତ୍ସଳତା ଓ ବନ୍ଧୁପ୍ରିୟତା ତଥା ସରଳ ସ୍ୱଭାବ ସମସ୍ତଙ୍କ ମନରେ ଏକ ଗଭୀର ରେଖାପାତ କରିଥିବା ଅଭିବ୍ୟକ୍ତ କରିଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ସହିଷ୍ଣୁ ସ୍ପଷ୍ଟବାଦୀ ଗୁଣ ସଂପନ୍ନ ଅଧିକାରୀ ସହ ଜଣେ ସମାଜସେବୀ ତଥା ଆଶ୍ରମ ପଡା ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନ କମିଟି ର ସଭାଭାବେ କାର୍ଯ୍ୟକରି ଆସୁଛନ୍ତି। ଶ୍ରୀ ପଣ୍ଡା ପ୍ରଥମେ ୧୩/୧୨/୧୯୮୦ ମସିହାରେ ଶିକ୍ଷକ ଭାବରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସ୍ଥିତ ସାନମୂଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗଦେଇ ଶିକ୍ଷାଦାନ ଆରମ୍ଭ କରିଥିଲେ।

ମଂଚପରିଚାଳନା କରିଥିଲେ।ରହେନ ଭଟା ପ୍ରାଥମିକ ପ୍ରଧାନ ଶିକ୍ଷକ ସିଂ ମାଝୀ ଓ  ପାଟିମାଲ ସ୍କୁଲ ସହକାରୀ ଶିକ୍ଷକ ବିନୋହ ବଉକ ସହଯୋଗ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories