www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାବାଞ୍ଜିରେ ନବୀନ ପଛରେ, ହିଞ୍ଜିଳିରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛରେ ରହିଛନ୍ତି। ମୋଟ ୨୮ ରାଉଣ୍ଡ ମଧ୍ୟରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪ର୍ଥ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ସମୟ ମଧ୍ୟରେ ବିଜେପି ପ୍ରାର୍ଥୀ ଲକ୍ଷବଚ୍ଚ ବାଗ୍‌‌ ୧୧ ହଜାର ୫୩୬ ଭୋଟ ପାଇ ନବୀନଙ୍କଠାରୁ ୧୯୫ ଭୋଟ ଆଗରେ ରହିଛନ୍ତି। ନବୀନଙ୍କୁ ୧୧ ହଜାର ୩୪୨ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ୩ ହଜାର ୯୩ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ହିଞ୍ଜିଳିରେ ନବୀନ ୨୧୫୭ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କଠାରୁ ଆଗରେ ରହିଛନ୍ତି। ଏଠାରେ ନବୀନ ୮୧୨୬ ଭୋଟ ପାଇଥିବାବେଳେ ଶିଶିର ୫୯୬୯ ଭୋଟ ପାଇଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories