www.samajalive.in
Sunday, December 7, 2025
23.1 C
Bhubaneswar

ତେତେଲଖୁଣ୍ଟି ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପରେ ବିଜେଡି ନେତାଙ୍କୁ ଭବ୍ୟ ସ୍ୱାଗତ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଂଚାୟତ ତେତେଲଖୁଣ୍ଟି ଗ୍ରାମରେ ଦୀର୍ଘ ୧ ମାସରୁ ଉର୍ଦ୍ଧ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଗ୍ରାମବାସୀ ମାନେ ଅନ୍ଧାରରେ ରହିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଦ୍ୟୁତ ବିଭାଗ କୁ ଜଣାଇଲେ ମଧ୍ୟ ବିଦ୍ୟୁତ ସଂଯୋଗ ହେଇପାରୁନଥିଲା। ଗତ ପାଂଚଦିନତଳେ ଗ୍ରାମବାସୀ ମାନେ ବିଜେଡି ବିଧାୟକ ପ୍ରାର୍ଥି ଅଜୟ ଦାସଙ୍କୁ ଜଣାଇଲାପରେ ଶ୍ରୀ ଦାସ ଙ୍କ ସହିତ କଣ୍ଟାବାଞ୍ଜି ସ୍ଥିତ ବିଦ୍ୟୁତ କାର୍ଯ୍ୟଳୟ କୁ ଯାଇ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନ। ପରେ ଟିଟିଲାଗଡ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏକ ୬୩ କେ.ଭି ଟ୍ରାନ୍ସଫର୍ମର ଯୋଗାଇଦେବା ପରେ ତେତେଲଖୁଣ୍ଟି ବିଦ୍ୟୁତ ସଂଯୋଗ ହେବାରୁ ଗ୍ରାମରେ ଆନନ୍ଦର ଲହରୀ ଦେଖାଦେଇଥିଲା। ସମସ୍ତ ଗ୍ରାମବାସୀ ଲାଇନ ସଂଯୋଗ ହେବା ପରେ ଅଜୟ ଦାସଙ୍କୁ ଗ୍ରାମକୁ ଡକାଇ ଏକ ସଭାର ଆୟୋଜନ କରିବା ସହ ଭବ୍ୟ ସ୍ୱାଗତ କରିଥିଲେ। ଶ୍ରୀ ଦାସ ବିଦ୍ୟୁତ ବିଭାଗ କଥାରଖି ସଙ୍ଗେ ସଙ୍ଗେ ନୂତନ ଟ୍ରାନ୍ସଫର୍ମର ଗ୍ରାମରେ ବସାଇ ବିଦ୍ୟୁତ ସଂଯୋଗ କରିଥିବାରୁ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ , ଉପଖଣ୍ଡ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ୍ଲା ଖାଁ, ଜିଲ୍ଲା କାର୍ଯ୍ୟକରିଣୀ ସଭ୍ୟ ବିଶ୍ୱନାଥ ସାହୁ ଙ୍କ ଗଣେଶ ଖର୍ସେଲ,ରୁକ୍ମଣ ମାଝୀ, ପର୍ଶୁରାମ ମାଝୀ, ଜୟ ପ୍ରକାଶ ଖର୍ସେଲ, ଖଗ ମାଝୀ,ସହଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories