ବରଯାତ୍ରୀଙ୍କ ଛୁରା ମାଡ଼ରେ କନ୍ୟା ପକ୍ଷର ୨ ଗୁରୁତର

ବିବାହ ବାତିଲ, ଶିଶୁପାଳ ହୋଇ ଫେରିଲା ବର

କଣ୍ଟାବାଞ୍ଜି:ବରଯାତ୍ରୀଙ୍କ ଶୋଭାଯାତ୍ରାରେ କନ୍ୟା ପକ୍ଷର ଜଣେ ନାଚିବାକୁ କେନ୍ଦ୍ର କରି ବର ଯାତ୍ରୀ ଦଳ ତରଫରୁ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି। କନ୍ୟା ପକ୍ଷଙ୍କୁ ବରଯାତ୍ରୀ ତରଫରୁ ଛୁରା ମାଡ଼ କରାଯାଇଛି। ଏହି ଛୁରାମାଡ଼ରେ ଝିଅର ଦାଦା ଚିନ୍ତା ତାଣ୍ଡି ଗୁରୁତର ଆହତ ହୋଇଛନ୍ତି। ବାପା ଚିନ୍ତାଙ୍କୁ ବଞ୍ଚାଇବାକୁ ଯାଇ ୨ ପୁଅ ଶଙ୍କର ତାଣ୍ଡି ଓ ଯୋଗେ ତାଣ୍ଡିଙ୍କ ସହ ସମ୍ପର୍କୀୟ ରାଜେଶ ତାଣ୍ଡି ଛୁରା ମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ପରେ କନ୍ୟା ଘର ତରଫରୁ ବିବାହ ବାତିଲ କରିଦିଆଯାଇଥିଲା। ଫଳରେ ବର ଶିଶୁପାଳ ହୋଇ ନିଜ ଘରକୁ ଫେରି ଯାଇଥିଲା। ଏହି ଘଟଣାକୁ ନେଇ ତୁରେକେଲା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

prayash

ସୂଚନା ଅନୁଯାୟୀ ଶୁକ୍ର ବାର ରାତି ପ୍ରାୟ ୯ ଟା ସମୟରେ ତୁରେକେଲା ଥାନା ଅନ୍ତର୍ଗତ ମୁରିବାହାଲ ଗ୍ରାମକୁ ରାୟପୁର ସହରର ଏକ ବରଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ଗଣ ଶୋଭାଯାତ୍ରାରେ ଆସୁଥିଲେ। ସେମାନେ ଉତ୍ୟକ୍ତ ହୋଇଥିବା ଦେଖି ସେହି ଗ୍ରାମର ଚିନ୍ତା ତାଣ୍ଡି ନାମକ ଜଣେ ବ୍ୟକ୍ତି ସେଭଳି ନ କରିବାକୁ ସେମାନଙ୍କୁ ବାରଣ କରିଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ବରଯାତ୍ରୀ ଦଳରୁ ଜଣେ ଏକ ଛୁରୀ ବାହାର କରି ଚିନ୍ତାଙ୍କ ପେଟକୁ ଭୂଷି ଦେଇ ଥିଲା। ବାପାଙ୍କୁ ରକ୍ଷା କରିବାକୁ ଯାଇ ଦୁଇପୁଅ ମଧ୍ୟ ଛୁରୀମାଡ଼ର ଶିକାର ହୋଇଥିଲେ। ଚିନ୍ତାଙ୍କୁ ତୁରେକେଲା ଡାକ୍ତରଖାନା ପଠା ଯାଇଥିଲା ଓ ସେଠାରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ବଡ଼ ଡାକ୍ତରଖାନା ଓ ପରେ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ତୁରେକେଲା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରପକ୍ଷର ୨ ଜଣ ଯୋଗୀନ ଛୁରା ଓ ବୈଶାଖୁ ଛୁରାଙ୍କୁ ଥାନା ଅଣାଯାଇ ଅଟକ ରଖିବା ସହ ଜେରା କରାଯାଇଥିଲା। ଆଜି ସକାଳେ ଚିନ୍ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ଏତଲାକୁ ଭିତ୍ତି କରି ଥାନାରେ କେଶ ନଂ ୨୫/୨୦୨୩ଦଫା ୩୦୭, ୩୨୩, ୩୨୪, ୨୯୪, ୫୦୬, ୩୪ ଧାରାରେ ପୁଲିସ ମାମଲା ରୁଜୁ କରିଥିଲା। ଅନ୍ୟ ସାକ୍ଷୀ ମାନଙ୍କ ବୟାନ ଅନୁସାରେ ଅପରାଧରେ ସମ୍ପର୍କ ଥିବା ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

kalyan agarbati

Comments are closed.