କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ସାଲେପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଅବସରରେ ୨୨ ଓ ୨୩ ଦୁଇଦିନ ଧରି ବହୁ ଆଡମ୍ବରରେ ସୁବର୍ଣ୍ଣଜୟନ୍ତୀ ପାଳିତ ହୋଇଥିଲା। ପ୍ରଥମ ଦିନରେ ସର୍ବ ପ୍ରଥମେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କୁ ଗୌନ୍ତିଆ ବ୍ରଜ କିଶୋର ମାହାର ପୂଜାର୍ଚ୍ଚନା କରିଥିଲେ।ତାପରେ ଛାତ୍ରଛାତ୍ରୀ, ଶିକ୍ଷକ, ପରିଚାଳନା କମିଟିର ସଭ୍ୟ,ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ।ଉଦଘାଟନୀ ଉତ୍ସବରେ ଖଗସା ସରପଞ୍ଚ ଶାନ୍ତି ତାଣ୍ଡୀ ଉଦଘାଟକ ଭାବରେ ଉପସ୍ଥିତ ରହି ଉଦଘାଟନ କରିଥିଲେ।
ସଭାପତି ରାଜେନ୍ଦ୍ର ସିପକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସୂର୍ୟ୍ୟକାନ୍ତ ରଣା, କୃଷ୍ଣଚନ୍ଦ୍ର ରଣା, ସୁରେଶ ମାଝୀ, ଗୌତମ ଆଣ୍ଡିଆ ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।
ଉଦଯାପନୀ ଦିବସରେ ରାଜେନ୍ଦ୍ର ସିପକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ପରିଷଦ ସଭ୍ୟ କୌଶିକ ମେହେର ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ସନ୍ୟାସୀ ମହଲା, ମଧୁସୂଦନ ବାଗ, ଯୁଧିଷ୍ଠିର ସିପକା ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ୟ୍ୟକାନ୍ତ ରଣା ସ୍ୱ।ଗତ ଅଭିଭାଷଣ ଓ ଧନସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ। ତାପରେ ସାଂସ୍କୃତିକ କାର୍ୟ୍ୟକ୍ରମକୁ ହାସ୍ୟକବି ଦୀନବନ୍ଧୁ ବଗର୍ତ୍ତୀ ପରିଚାଳନା କରିଥିଲେ।
ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରି ସାରିବା ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସୁବର୍ଣ୍ଣ ଜୟନ୍ତୀକୁ ସଫଳ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ସହଯୋଗ କରିଥିଲେ।



