ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।  ମୋ ସ୍କୁଲ ୫ଟି ଅଧୀନରେ ଝରଣୀ ଓଡିଶା ଆଦର୍ଶ ବିଦ୍ୟାଳୟର କରାଯାଉଥିବା ଆଧୁନିକ କରଣ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଜିଲ୍ଳାପାଳ ।  ତାହାସହ ଝରଣୀ ଗ୍ରାମରେ ଶିବବନ୍ଧ ନିକଟରେ ଚାଲୁ ଥିବା ମନରେଗା କାର୍ଯ୍ୟ ବୁଲିଦେଖିଛନ୍ତି । ଜିଲ୍ଲାପାଳ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଯଥା ଶୀଘ୍ର ଚାଲୁ କରିବା ସହ, ଆଦର୍ଶ ବିଦ୍ୟାଳୟରେ ପାଣିର ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

prayash

ଝରଣୀ ଗ୍ରାମରୁ ପାଇପ ଲାଇନ ଯୋଗେ ଆଦର୍ଶ ସ୍କୁଲକୁ ପାଣି ଯୋଗାଣ ପାଇଁ ଯଥାଶୀଘ୍ର ଏସ୍ଟିମେଟ ଦେବାକୁ ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ କି ସ୍ମାର୍ଟ ସ୍କୁଲ ନବୀକରଣ ନିର୍ମାଣ କାର୍ଯ୍ୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି, ଓ ଭାଲୁକୁନା ସ୍କୁଲର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ବିଡିଓ ତୁରେକେଲାଙ୍କୁ ନିର୍ଦେଶ ଦେଇଥିଲେ । ଜିଲାପାଳଙ୍କ ଗସ୍ତ ସମୟରେ ବିଡିଓ ଦେବାଶିଷ ସାମଲ ବ୍ଲକ ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, କନିଷ୍ଟ ଯନ୍ତ୍ରୀ ଲବଣି ଧର କାଲୋ, ଆର ଡବ୍ଲୁ ଏସ. ଏସ. ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ବାଗେ, ଆଦର୍ଶ ବିଦ୍ୟାଳୟ ଅଧକ୍ଷ, ଉପସ୍ଥିତ ଥିଲେ ।

 

kalyan agarbati

Comments are closed.