www.samajalive.in
Sunday, December 7, 2025
23.1 C
Bhubaneswar

ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତା; ନିଜ ଘରୁ ମୃତଦେହ ଉଦ୍ଧାର

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ଲୋକେ ଏଯାଏଁ ଗ୍ରହଣ କରିପାରୁ ନ ଥିବା ବେଳେ ଏବେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। କନ୍ନଡ଼ ଅଭିନେତା ସୁଶୀଲ ଗୌଡ଼ଙ୍କ ମୃତଦେହ କର୍ଣ୍ଣାଟକସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସିନେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଏଯାବତ୍‍ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।


ସୂଚନାଯୋଗ୍ୟ, ସୁଶୀଲ କନ୍ନଡ଼ ଟିଭି ଧାରାବାହିକ ‘ଅନ୍ତପୁରା’ରେ ଦମ୍‌ଦାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ ଆଗାମୀ କନ୍ନଡ଼ ଫିଲ୍ମ ‘ସଲଗା’ରେ ମଧ୍ୟ ଅଭିନୟ କରିଥିଲେ। ସୁଶୀଲ ଅଭିନେତା ସହ ଜଣେ ଫିଟନେସ୍‌ ଟ୍ରେନର ମଧ୍ୟ ଥିଲେ। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନାଁ କମାଇବା ପାଇଁ ସେ ଲଗାତର ପରିଶ୍ରମ ଜାରି ରଖିଥିଲେ। ଅଭିନେତ୍ରୀ ଅମିତା ରଙ୍ଗନାଥ ଇନଷ୍ଟ୍ରାଗ୍ରାମ୍‌ ଷ୍ଟୋରୀରେ ସୁଶୀଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories