QNETIC – Mobile

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଲିଗୋରଡ଼ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଲୋକରଣ୍ୟ ହୋଇ ପଡିଥିଲା। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଭାରୀଯାନ ଅଟକି ରହିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି l ମୃତକଙ୍କ ପରିଚୟ ମିଳିଛି। ମୃତକଙ୍କ ନାମ ଛବିଳେନ୍ଦ୍ର ସ୍ବାଇଁ ଏବଂ ଘର ବାଲିଗୋରଡ଼ ବୋଲି ଜଣାପଡ଼ିିଛି।

Comments are closed.