www.samajalive.in
Sunday, December 7, 2025
14.1 C
Bhubaneswar

ବିଦ୍ୟାଳୟର ୩୨ଟି ଜମି ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତହସିଲ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ  ପଞ୍ଚାୟତରାଜ ଦିବସ ଅବସରରେ ବିଦ୍ୟାଳୟର  ଶିକ୍ଷକ ମାନଙ୍କୁ ଜମି ପଟ୍ଟା ବଣ୍ଟନ  କରାଯାଇଛି।  ଏହି ପଟ୍ଟା ବଣ୍ଟନ ସମୟରେ  ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଏବିଇଓ  ମୋହନ ରାଓ କଣ୍ଡାଗରୀ ମଞ୍ଚାସିନ ରହିଥିଲେ । ପୂର୍ବରୁ ରହିଥିବା ବିଦ୍ୟାଳୟ ଗୁଡିକର ଜମି ପଟ୍ଟା ହୋଇନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ନେଇ ସରକାରଙ୍କ ବିଦ୍ୟାଳୟ ମାନଙ୍କର ଜମି ଚିହ୍ନଟ କରିବାକୁ ତହସିଲ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବ୍ଲକରେ ଯେତେ ସରକାରୀ ବିଦ୍ୟାଳୟ ରହିଛି । ସେସବୁର ଜମି ଚିହ୍ନଟ କରି ବିଦ୍ୟାଳୟ ଜମି ପଟ୍ଟା କରିଥିଲେ । ସ୍ବେସଲ ରାଇଟ ହିସାବରେ  ୯୩ ଟି ସରକାରୀ ବିଦ୍ୟାଳୟର ଜମି ପଟ୍ଟା କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ୩୨ ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡାକି ପଟ୍ଟା ପ୍ରଦାନ କରିଥିଲେ । ବର୍ତ୍ତମାନ ଯେଉଁ ୫୧ଟି ବେସରକାରୀ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟର ଜମି ମାଲିକମାନେ ଯଦି ସାଧାରଣ ,ଜାତି ଓ ଜନ ଜାତି ବର୍ଗର ଲୋକେ ବିଦ୍ୟାଳୟ କୁ ଭୂମି ଦାନ କଲେ ଆଗାମୀ ଦିନରେ ସେହି ଜମିକୁ ଚିହ୍ନଟ କରି ଉକ୍ତ ବିଦ୍ୟାଳୟ କୁ ପ୍ରଦାନ କରାଯିବ ବୋଲି ତହସିଲଦାର ଦେବାଶିଷ କର ସୂଚନା ଦେଇଛନ୍ତି । ଏହାକୁ ଅମିନ  ସି ରାଜୁ, ଜଙ୍ଗଲଜମି ଅଧିକାର ସଂଯୋଜକ ମଦନ ସୁନ୍ଦର ସାମଲ ,ରାଜସ୍ବ ଅଧିକାରୀ ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories