www.samajalive.in
Sunday, December 7, 2025
23.1 C
Bhubaneswar

ଧାନ ମଣ୍ଡି ଉଦଘାଟନ

କଲ୍ୟାଣସିଂହପୁର :  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର. ଏମ.ସି ୟାର୍ଡ ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡା ପକ୍ଷରୁ ଧାନ ମଣ୍ଡି ଉଦଘାଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ଲ୍ୟାମ୍ପ ପରିଚାଳନାର ସଭାପତି ଗୋପୀନାଥ ପେରିଶିକା, ବରିଷ୍ଠ ଚାଷୀ ଦାଶରଥି ନାୟକ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ନିୟନ୍ତ୍ରିତ ବଜାର ର ଅଧିକାରୀ ବସନ୍ତ କୁମାର ପାଳ ମଞ୍ଚାସିନ ରହିଥିଲେ ।ଏଥିରେ ଅତିଥିଙ୍କ ଦ୍ୱାରା ମଣ୍ଡି ଉଦଘାଟନ କରିଥିଲେ । ଧାନ ବିକ୍ରି କରିବା ପୂର୍ବରୁ ଚାଷୀଙ୍କୁ ଟୋକନ ଆସିଲେ ହିଁ ଚାଷୀ ଧାନ ମଣ୍ଡିକୁ ଆଣୀ ବିକ୍ରୀ କରୁଥିଲେ । ଯେଉଁ ଚାଷୀ ଙ୍କୁ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିବାପାଇଁ ଟୋକନ ଆସୁଥିବା ବେଳେ ବର୍ତ୍ତମାନ ସେହି ଚାଷୀଙ୍କୁ ୩୦ରୁ୪୦କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଟୋକନ ଆସିଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯେତେ ପର୍ୟ୍ୟନ୍ତ ଚାଷୀଙ୍କୁ ସଠିକ ଟୋକନ ଆସିନାହିଁ ସେତେ ଦିନ ପର୍ୟ୍ୟନ୍ତ ମାଣ୍ଡି ଖୋଲା ନ ଯାଉ ,ଯଦି ମଣ୍ଡି ଖୋଲା ଯାଏ ତାହେଲେ କାର୍ୟ୍ୟାଳୟରେ ତାଲା ପକାଇବୁ ବୋଲି କହିଛନ୍ତି ।ଏଥିରେ ଗୁଣ ଓ ମାନକୁ ନେଇ ସରକାର ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ମୁଲ୍ୟ୧୯୪୦ ଟଙ୍କା ଓ ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୧୯୬୦ ଟଙ୍କା ରହିଥିବା ଅତିଥି ମାନେ କହିଥିଲେ । ପ୍ରତ୍ୟେକ ଶୁକ୍ରବାର ଦିନ ସ୍ଥାନୀୟ ପି.ଡବ୍ଲୁ. ଡି ବଙ୍ଗଳା କୁ କଲ୍ୟାଣସିଂ ହପୁର, ଧାମୁଣୀପଙ୍ଗା, ସିଙ୍ଗାରି, ପାରସାଲି ,ବୁଡ଼ାଗୁଡା ଆର. ଏମ. ସି. ୟାର୍ଡ ରେ ସୋମବାର ଦିନ ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି,ପଲମା, କନ୍ଧ କାତିପାଡୁ ଓ ବୁଧବାର ଦିନ ସିକରପାଇ, ବୁଡ଼ାଗୁଡା, ନାରାୟଣପୁର,କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମଣ୍ଡିକୁ ଧାନ ଆଣି ଦେଇପାରିବେ କହିଥିଲେ ।ଏଥିରେ ମିଲର, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories