www.samajalive.in
Sunday, December 7, 2025
18.1 C
Bhubaneswar

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀଙ୍କ ଅନୁରୋଧ କ୍ରମେ ଦେବତର ବିଭାଗୀୟ ଅଧିକାରୀ ତହସିଲଦାର ସୁଧାକର ରଇତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ସୁନିଲ ଖରା ,ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ,ରାଜସ୍ୱ ଅଧିକାରୀ ସତ୍ୟଜିତ ଦାସ ,କମିଟି ସଦସ୍ୟ ଭି. ସୂର୍ୟ୍ୟ ପ୍ରକାଶ ରାଓ ,ଶରତ ଚନ୍ଦ୍ର ପାଢ଼ୀ ,ଜି ପେଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ ବର୍ଷ ହୋଇଥିବା ରଥ ଯାତ୍ରାର ଖର୍ଚ୍ଚର ଆୟବ୍ୟୟ ହିସାବ ଦେଖିବା ସହ ଯାତ୍ରା ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ୪ ତାରିଖରେ ଶ୍ରୀ ଜଗନ୍ନାଥ ବଳଭଦ୍ର ,ସୁଭଦ୍ରା ସ୍ନାନ ପୂର୍ଣ୍ଣିମା କିପରି ସୁରୁଖୁରୁରେ କରାଯିବ ଆଲୋଚନା କରିଥିଲେ । ଆସନ୍ତା ୭ ତାରିଖରେ ପୁନର୍ବାର ତହସିଲଦାର କାର୍ୟ୍ୟାଳୟରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories