ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟର ସଭାଗୃହରେ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ କିପରି ରକାଯାଇପାରିବ ସେ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧକ୍ଷା ଅମ୍ରିତା କାଡ୍ରାକା, ତହସିଲଦାର ସୁଧାକର ରଇତ,ସମନ୍ୱିତ ଶିଶୁ ବିକାଶ ଯୋଜନାର ଭାରପ୍ରାପ୍ତ ଅଧିକାରୀ ନଳିନୀ ବୈରାଗୀ , ଜିଲା ଶିଶୁ ସୁରକ୍ଷା ଅଧିକାରୀ ରତ୍ନାକର ସାହୁ, ଶିଶୁ ସୁରକ୍ଷା ସାମାଜିକ କର୍ମୀ ସତ୍ୟପ୍ରିୟା ପ୍ରଧାନ ମଞ୍ଚାସୀନ ରହିଥିଲେ।

 

prayash

ବାଲ୍ୟବିବାହ କିପରି ରକାଯାଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସଚେତନ କରିଥିଲେ। ଏହି କାର୍ଯ୍ୟ ଯେଉଁ ପରିବାରରେ ଜାଣିଶୁଣି କରନ୍ତି ତାହାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ୧୮ବର୍ଷ ରୁ କମ ଶିଶୁକୁ ବିବାହ ନକରିବା ଓ ବିଭିନ୍ନ ଶୋଷଣ ରୁ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରିବା ପାଇଁ କହିବା ସହ ତାର ଦାୟିତ୍ୱ ଓ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି, ସୁନ୍ଦର ରାଓ ବାଗ, ପୁରହିତ ସାନ୍ତୁନୁ ମିଶ୍ର, ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.