www.samajalive.in
Thursday, December 11, 2025
16.1 C
Bhubaneswar

ସାମ୍ନାକୁ ଆସିଲା ‘ନାଗବନ୍ଧମ’ର ପ୍ରଥମ ଝଲକ୍‌, ପ୍ରଶଂସକ କହିଲେ- ଆଉ ଏକ ବ୍ଲକବଷ୍ଟର

ସମାଜ ଡିଜିଟାଲ ଡେସ୍କ: ୨୦୨୫ ଆରମ୍ଭରୁ ଆଉ ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଦକ୍ଷିଣ ଭାରତୀୟ ଅଭିନେତା ବିରାଟ କର୍ଣ୍ଣଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାଗବନ୍ଧମ’ରୁ ରୁଦ୍ର ଚରିତ୍ରର ପ୍ରଥମ ଲୁକ୍ ସୋମବାର ସାମ୍ନାକୁ ଆସିଛି। ଏହି ଲୁକ୍‌ ସାରା ଦେଶର ଦର୍ଶକଙ୍କୁ ବେଶ୍‌ ଉତ୍ସାହିତ କରିଛି। ଚଳଚ୍ଚିତ୍ର ନିର୍ମାତା ଅଭିଷେକ ନାମାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘୋଷଣା ହେବା ଦିନଠାରୁ ଖୁବ୍‌ ଚର୍ଚ୍ଚାରେ ରହିଛି। ଆଉ ଏବେ ପୋଷ୍ଟର ଦେଖି ପ୍ରଶଂସକ କହିଛନ୍ତି, – ଆଉ ଏକ ବ୍ଲକବଷ୍ଟର ପ୍ରସ୍ତୁତ।

- Advertisement -

ପ୍ରଥମ ପୋଷ୍ଟରରେ ବିରାଟ କର୍ଣ୍ଣଙ୍କୁ ଆକର୍ଷଣୀୟ ତଥା ଦମ୍‌ଦାର ଅବତାରରେ ଦେଖିବାକୁ ମିଳିଛି, ଯେଉଁଥିରେ କୁଞ୍ଚକୁଞ୍ଚିଆ କେଶ, ଦାଢି ଏବଂ ବଳିଷ୍ଠ ଶରୀର ନଜର ଆସିଛି। ସମୁଦ୍ରରେ ଏକ ଭୟଙ୍କର କୁମ୍ଭୀର ସହ ସେ ସାହସର ସହ ଲଢୁଛନ୍ତି। ନିଜ ହାତ ଓ ଏକ ଦଉଡ଼ିରେ କୁମ୍ଭୀରର ପାଟିକୁ ଫାଡ଼ି ଧରିଛନ୍ତି ବିରାଟ, ଯାହା ଲୋକଙ୍କୁ ବେଶ୍‌ ଆକର୍ଷିତ କରିଛି।

‘ନାଗବନ୍ଧମ’ରେ ବିରାଟ କର୍ଣ୍ଣଙ୍କ ବ୍ୟତୀତ ନାଭା ନଟେଶ, ଈଶ୍ଵର୍ଯ୍ୟା ମେନନ, ଜଗପତି ବାବୁ, ଜୟପ୍ରକାଶ, ମୁରଲୀ ଶର୍ମା ଓ ବି.ଏସ. ଅବିନାଶ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳିତ ବର୍ଷ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories