www.samajalive.in
Tuesday, December 9, 2025
15.1 C
Bhubaneswar

ହୀରାକୁଦ ଜଳ ଭଣ୍ଡାର ପ୍ରତିଷ୍ଠା ଦିବସ ପାଳିତ, ନାଟକ ‘ଆଉର ଗୁଟେ କୋଣାର୍କ’ ମଞ୍ଚସ୍ଥ

ବୁର୍ଲା: ଆଜି ହୀରାକୁଦ ଜଳ ଭଣ୍ଡାରର ୬୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହାନଦୀ ଅବବାହିକା ମୁଖ୍ୟଯନ୍ତ୍ରୀ ଇଂ ସୁଶୀଲ କୁମାର ବେହେରା , ବୁର୍ଲା ହୀରାକୁଦ ବନ୍ଧ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ସୁଧିର କୁମାର ସାହୁ, ବୁର୍ଲା ମୁଖ୍ୟବନ୍ଧ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ବେହେରା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ ହୀରାକୁଦ ଜଳ ଭଣ୍ଡାରର ମହତ୍ତ୍ଵ ଏବଂ ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ଏଥିପାଇଁ ବିସ୍ଥାପିତ ହୋଇ ନିଜ ଭିଟାମାଟି ଛାଡ଼ିଥିବା ବ୍ୟକ୍ତିବିଶେଷ ତଥା ବନ୍ଧ ନିର୍ମାଣ ସମୟରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ଦାୟଦ ମାନଙ୍କର ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ଏକ ନାଟକ ‘ଆଉର ଗୁଟେ କୋଣାର୍କ’ ମଞ୍ଚସ୍ଥ ହୋଇଥିଲା। ନାଟକଟିକୁ ରଚନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ତ‌ଥା ନାଟ୍ୟକାର କବି ଏବଂ ଭାରତୀ କଳାବିକାଶ କେନ୍ଦ୍ର ବୁର୍ଲାର ସମ୍ପାଦକ ନିରଞ୍ଜନ ପଟ୍ଟନାୟକ । ନିର୍ଦ୍ଦେଶନାରେ ପ୍ରମୋଦ ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ସତ୍ୟବ୍ରତ ସାହୁ ରହିଥିଲାବେଳେ ବାଦ୍ୟ ଯନ୍ତ୍ରରେ ରମାକାନ୍ତ ତାଣ୍ଡି, ସୁକାନ୍ତ ଦୀପ୍, ପ୍ରଳୟ କୁଅଁର, ପିତବାସ ସାହୁ, କିସନ କୁମ୍ଭାର, ରିତିକ୍ ବେହେରା, ସୁମନ୍ତ ଦୀପ, ମହେନ୍ଦ୍ର କୁମାର ପଂଚବିହାର, ଫଗୁନ୍ ସେଠ୍ ସହଯୋଗ କରିଥିଲେ।

- Advertisement -

ମଞ୍ଚ ସଜ୍ଜାରେ ପ୍ରମୋଦ କୁମାର ଦାଶ (ବାବୁଲି ଭାଇ) ଏବଂ ରଶ୍ମି ରଞ୍ଜନ ଶତପଥି ରହିଥିଲେ। ଶବ୍ଦ ପ୍ରସ୍ତୁତିରେ ନାଗଭୂଷଣ ଦାଶ ରହିଥିଲେ। ନାଟକଟିକୁ ପ୍ରସ୍ତୁତ କରିଥିଲେ ଭାରତୀ କଳାବିକାଶ କେନ୍ଦ୍ର ବୁର୍ଲାର କଳାକାର। ନାଟକରେ ଅଭିନୟରେ କରିଛନ୍ତି ପ୍ରମୋଦ କୁମାର ଦାଶ, ନମ୍ରସକାନ୍ତ ପଟ୍ଟନାୟକ ଓ ସତ୍ୟବ୍ରତ ସାହୁ । ଖୁସି ସାହୁ, ରିଦ୍ଦମା ଉଜ୍ଜୟିନୀ ବେହେରା, ଶକ୍ତି ସ୍ଵରୂପା ନାୟକ, ସାରା ନନ୍ଦ, ପ୍ରତିକ୍ଷା ପାଣିଗ୍ରାହୀ, ସିମ୍‌ରନ୍ ସ୍ଵାଇଁ, ଆଦିଶ୍ରୀ ଆରାଧ୍ୟା ଦାସ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଦ୍ଵିତୀୟ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଜଗନ୍ନାଥ ଅଷ୍ଟକମ୍ ମଞ୍ଚସ୍ଥ ହୋଇଥିଲା। ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ ଶିବଶଙ୍କର ମେହେର ରହିଥିଲେ। ପରିବେଷଣରେ ଗୁରୁ ଶିବଶଙ୍କର ମେହେର, ଗୁରୁ ପରିମିତା ସାହୁ, ଗୁରୁ ସୁପ୍ରସନ୍ନା ଦାଶ, ଶ୍ରଦ୍ଧାଶ୍ରୀ ମହାପାତ୍ର, ଦେବାଙ୍ଗା ପାଢ଼ୀ, ଦେବାଂଶୀ ମହନ୍ତ, ସୁଜଲ୍ ସାଇକ୍ରିଷ୍ଠା ବେହେରା, ପିଆନି ଜେନା ରହିଥିଲେ ।

ସଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ (ପଂଚରସୀ) ମଞ୍ଚସ୍ଥ ହୋଇଥିଲା। ନୃତ୍ୟ ନିର୍ଦ୍ଦେଶନା କରିଥିଲେ ଗୁରୁ ସତ୍ୟବ୍ରତ ସାହ, ଗୁରୁ ରାକ୍ଷା ଦାପ, ଗୁରୁ ପଦ୍ମିନୀ ପଧାନ। ପରିବେଷଣରେ ଖୁସି ସାଜୁ, ରିଦ୍ଦମା ରାଜୟିନୀ ବେହେରା, ଶକ୍ତି ସ୍ବରୂପା ନାୟକ, ସାରା ନନ୍ଦ, ପ୍ରତିକ୍ଷା ପାଣିଗ୍ରାହୀ, ସିମ୍‌ରନ୍ ସ୍ୱାଇଁ, ଆଦିଶ୍ରୀ ଆରାଧ୍ୟା ଦାସ | ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୁନମ ମହାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories