www.samajalive.in
Saturday, December 13, 2025
21.1 C
Bhubaneswar

ଭୁବନେଶ୍ବର ରେଳ ଷ୍ଟେସନରେ ଆତଙ୍କରାଜ ଚଳାଇଛନ୍ତି ଲୁଟେରା :ଟିକଟ କାଉଣ୍ଟରରୁ ଲୁଟୁଛନ୍ତି ପର୍ସ, ନୀରବଦ୍ରଷ୍ଟା ସାଜିଛି ଜିଆରପି

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନରେ ପୁଣି ଚୋରି ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ଅନେକ ଥର ଷ୍ଟେସନରେ ଚୋରି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ସୋମବାର ସନ୍ଧ୍ୟାରେ ପ୍ଲାଟଫର୍ମରେ ଜଣେ ଯାତ୍ରୀଙ୍କ ପର୍ସ ଲୁଟିନେଇଛନ୍ତି ଲୁଟେରା । ଯାତ୍ରୀଙ୍କ ନାଁ ହୃଷିକେଶ ମିଶ୍ର । ତାଙ୍କ ଘର ଭଦ୍ରକର ମଞ୍ଜୁରି ରୋଡ୍ ସ୍ଥିତ ଖପୁରିଆପଦାରେ ବୋଲି ଜଣାପଡିଛି । ସନ୍ଧ୍ୟାରେ ସେ ଭୁବନେଶ୍ବରରୁ ଭଦ୍ରକ ଯିବା ପାଇଁ ଟିକଟ କାଉଣ୍ଟରରେ ଟିକଟ କାଟୁଥିବା ସମୟରେ ଲୁଟେରା ତାଙ୍କ ପର୍ସ ଚୋରି କରିନେଇଥିଲେ । ପର୍ସରେ ନଗଦ ୨ ହଜାର ଟଙ୍କା ଏଟିଏମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା । ତେବେ ଏନେଇ ହୃଷିକେଶ ଜିଆରପିଏସ୍ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ଲାର୍ଟଫର୍ମରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସମୟରେ ସେଥିରୁ ଅନେକ କ୍ୟାମେରା କାମ କରୁନଥିବା ଜଣାପଡିଛି । ଏହାର ସୁଯୋଗ ନେଇ ଲୁଟେରା ଷ୍ଟେସନରେ ଆତଙ୍କରାଜ ଚଳାଇଛନ୍ତି । ଖୁବ୍ ଶୀଘ୍ର କ୍ୟାମେରା ମରାମତି କରାଯିବ ବୋଲି ବିଭାଗ ସୂଚନା ଦେଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories