ଶିଶୁ ବିଦ୍ୟାମନ୍ଦିରରେ ଜେଜେବାପା ଓ ଜେଜେମା’ଙ୍କ ସମ୍ମିଳନୀ
ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଜେଜେବାପା ଓ ଜେଜେମା’ଙ୍କର ସମ୍ମିଳନୀ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମିଶ, ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସୁଲେଖିକା ଲକ୍ଷ୍ମୀପ୍ରିୟା ଦାଶ, ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଭଲମଣିଷ ଭାବେ ଗଢିତୋଳିବା ଦିଗରେ ଜେଜେବାପା ଓ ଜେଜେ ମା’ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।
ଜେଜେବାପା ଓ ଜେଜେମା’ଙ୍କ ନୈତିକତାପୂର୍ଣ୍ଣ କାହାଣୀ, ପ୍ରେରଣାଦାୟୀ ବାର୍ତ୍ତା ସର୍ବଦା ନାତି, ନାତୁଣୀଙ୍କ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯୋଗଦେଇଥିବା ଜେଜେବାପା ଓ ଜେଜେମା’ ମାନେ ନିଜ ନିଜର ସୁନ୍ଦର ଅନୁଭୂତି ପ୍ରକାଶ କରିଥିଲେ। ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅର୍ଜ୍ଜୁନ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.