www.samajalive.in
Sunday, December 14, 2025
26.1 C
Bhubaneswar

କୈଳାଶ ଖେରଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ଗାୟକଙ୍କ ବିରୋଧରେ ଗୀତ ଜରିଆରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ। ୨୦୦୭ ମସିହାରେ ଗାୟକ କୈଳାଶ ଖେର ଭଗବାନ ଶିବଙ୍କର ଏକ ଗୀତ ଗାଇଥିଲେ। ଏହି ଗୀତଟି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ କୈଳାଶଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ତେବେ ତାଙ୍କର ଏଭଳି ଉଦ୍ଦେଶ୍ୟ ନଥିଲା କହି ବମ୍ବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ବିଚାରପତି କହିଛନ୍ତି ଯେ, ଖେର୍‌ କେବଳ ‘ବବମ୍‌ ବମ୍‌’ ଗୀତ ଗାଇଥିଲେ, ତାଙ୍କ ପକ୍ଷରୁ କାହାର ଧାର୍ମିକ ଭାବନାକୁ ଆଘାତ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା।

ନରିନ୍ଦର ମକ୍କଡ଼ ନାମକ ଜଣେ ବ୍ୟକ୍ତି ଗାୟକଙ୍କ ବିରୋଧରେ ଲୁଧିଆନାର ଏକ ସ୍ଥାନୀୟ ଅଦାଲତରେ ମାମଲା ଦାୟର କରିଥିଲେ। ଅଭିଯୋଗ ଥିଲା ​​ଯେ, ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ପହଞ୍ଚା ଯାଇଛି। ଅଭିଯୋଗକାରୀ ନିଜକୁ ଜଣେ ଶିବ ଉପାସକ ବୋଲି ପରିଚୟ ଦେଇ କହିଥିଲେ ଯେ, ଭଗବାନ ଶିବଙ୍କ ଉପରେ ଆଧାରିତ ଖେରଙ୍କ ଗୀତ ‘ବବମ୍‌ ବମ୍‌’ରେ ଏକ ଅଶ୍ଳୀଳ ଭିଡିଓ ପ୍ରଦର୍ଶିତ ହୋଇଛି, ଯେଉଁଥିରେ ମହିଳାମାନେ ଛୋଟ ପୋଷାକ ପିନ୍ଧିଛନ୍ତି। ସେମାନେ ପରସ୍ପରକୁ ଚୁମ୍ବନ ଦେଉଛନ୍ତି।

- Advertisement -

ଖେର୍ ୨୦୧୪ରେ ଏନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି କହିଥିଲେ ଯେ, ଗାୟକଙ୍କ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories