www.samajalive.in
Sunday, December 7, 2025
13.1 C
Bhubaneswar

କଲାସୁର ପିଇ ଆସିଥିବା ଭକ୍ତଙ୍କୁ ପ୍ରହାର କଲା କାଳିସୀ

ନର୍ଲା: ତୁଳାପଡାସ୍ଥିତ ମା’ ପାଜରାଣୀଙ୍କ ଶକ୍ତି ପୀଠରେ ମଙ୍ଗଳବାର ଅପରାହ୍ନ ସମୟରେ ଆଦିବାସୀଙ୍କ ଦେଶପୂଜା ପର୍ବ ପାଳନ ହୋଇଯାଇଛି । ଶକ୍ତିପୀଠକୁ ମଦ(କଲାସୁର) ପାନ କରି ଆସିଥିବା ଭକ୍ତଙ୍କୁ ପ୍ରହାର କରିବା ସହ ମଦ୍ୟ ପାନ କଡାକଡି ବାରଣ କରିଛନ୍ତି କାଳିସୀ ରୂପୀ ମା’ ପାଜରାଣୀ । ଏହି ପର୍ବ କେବଳ କଳାହାଣ୍ଡିର ବସ୍କା ଅଞ୍ଚଳରେ ଦେଖିବାକୁ ମିଳେ । ସ୍ୱତନ୍ତ୍ର ଭାବେ ଏହା ନର୍ଲା ଅଞ୍ଚଳରେ ପାଳିତ ହୋଇଥାଏ ।

କୋଟ୍‌ବସ୍କାର ୩୧ ଗ୍ରାମ ଓ ଅସୁରଗଡର ବସ୍କାର ୬୭ଟି ଗ୍ରାମର କନ୍ଧଭାଇମାନଙ୍କୁ ନେଇ ଏହି ପର୍ବ ପାଳିତ ହୋଇଥାଏ । ଏହି ପର୍ବ ଦେବସ୍ନାନ ପୂର୍ଣ୍ଣମୀ ପରେ ମାସର ପ୍ରଥମ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଦୁର୍ଗାପୂଜା ପୂଜା ପର୍ଯ୍ୟନ୍ତ ଚାଲେ । ୧୨ଟି ମଙ୍ଗଳବାରରେ ପ୍ରଥମେ ଗଣ୍ଠିବନ୍ଧା ଯାଏ ଏହାକୁ ଗଣ୍ଠିବାର କୁହାଯାଏ । ୨ୟ ମଙ୍ଗଳବାର ତୁଳାପଡା, ୩ୟରେ ବକଟି, ୪ର୍ଥରେ ଚିଚିପଟାରେ କାନାବଡା ନାକାବଡା ଡଙ୍ଗର ପୂଜା, ୫ମରେ କମେ ଗାଁର ବିରେନ ଦେଇ ସିରେନ ଦେଇ, ୬ଷ୍ଠରେ ଭାନପୁରସ୍ଥିତ ଦୁଆରସୁନୀ, ୭ମରେ ଘୋଡାବନ୍ଧସ୍ଥିତ ମା’ କାଳୀସୁନ୍ଦରୀ ଓ ବାଞ୍ଜିବୁଟେନ, ୮ମରେ ଉଫେରର ଅନ୍ଧାରୀପାଟ, ୯ମରେ ଭାଟେଲସ୍ଥ ଚଣ୍ଡି, ୧୦ମରେ ରାମପୁରସ୍ଥ କୁସୁମଦେଇ ଓ ଜେନାବୁଢା, ଏକାଦଶ ମଙ୍ଗଳବାର ଦିନ ବାଞ୍ଜିନାଳ କପାଟଦେଓ ଓ ଦ୍ୱାଦଶରେ ଅସୁର ଗଡ କଳାପାହାଡ ପୂଜା କରାଯିବାର ବିଧ ରହିଅଛି । ଏହି ପର୍ବରେ ଆଦିବାସୀ ସମେତ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଭୋଗ ବଳୀ ପ୍ରଦାନ କରିଥିଲେ । ଆଦିବାସୀ ଭାଷାର ଓ..ଓ..ଓ..ଆ..ଆ..ଆ….ସାରି ମୁନତି…ଅନ୍ଦାର ବିଡିତି…ଦ୍ୱାର ବିଡିତି…କାଣି ଆଦିତି…ଜାଡେନ ତାଲିତି….ନିଙ୍ଗାନ ତାଲିତି…ଦେଶ ତାହାକାତି…ମାଦାଙ୍ଗ ତାହାକାତି….ଖୁସ ରାନୀତି….ଦାବ ରୁଣିତି…ଡିମା ରୁଣିତି…ତଲୋ ରାଣିତି….ଦେଖ ମା କାଲୀଘାଟ, ଧୁବୁଲି ମାଟ, ରଠେଇ ମାଟ, ବଠେଇ ମାଟ, ଲୁହା ଡିଲତି, ସୁନା ବିଡିତି, ରୁପା ବିଡିତି ମନ୍ତ୍ରରେ ଶକ୍ତିର ଆହ୍ୱାନ କରାଯାଇଥିଲା । ଦୁଃଖସୁଖରେ ମା’ଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଦୃଢ ବିଶ୍ୱାସ ରହିଛି । ଏହି ପର୍ବକୁ ପାଟ ମାଝୀ, କୁଲାଧରା, ଟାଙ୍ଗିଧରା, ଦିହାରୀ, ପୂଜକ, ଗୌନ୍ତିଆ, ସରପଞ୍ଚ ଓ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ପରିଚାଳନା କରିଥାନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories