ସନ୍ତୋଷୀ ମା’ଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା

ଗୋପାଳପୁର : ଡୁରା ଓଭର ବ୍ରିଜ ନିକଟରେ ଥିବା ସନ୍ତୋଷୀ ମା’ ଙ୍କ ବାର୍ଷିକ ଉତ୍ସବ ପାଇଁ ଗୁରୁବାର କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମହିଳା ନୂତନ ବସ୍ତ୍ର ପରିଧାନ କରି ଡୁରା ଗ୍ରାମର ପୋଖରୀ ନିକଟରେ ପହଞ୍ଚି ଥିଲେ। ସେଠାରେ  ପୂଜାର୍ଚ୍ଚନା ପରେ କଳସ ଜଳ ଧରି ଡୁରା ଗ୍ରାମ ପରିକ୍ରମା କରି ସନ୍ତୋଷୀ ମା’ ମନ୍ଦିର ନିକଟରେ ପହଞ୍ଚି ଥିଲେ। ଗୁରୁବାର ଜଳାଯାତ୍ରା, ଦୀକ୍ଷା ଗ୍ରହଣ, ଅଙ୍କୁରାପୋଣ ହୋଇଛି ।  ପୁରୋହିତ ଭାବେ କାମାକ୍ଷୀ ପ୍ରସାଦ ପାଢ଼ୀ, ଆଶିଷ କୁମାର ପାଢ଼ୀ, ପବିତ୍ର କୁମାର ପାଢ଼ୀ, ଅନିଲ କୁମାର ପଣ୍ଡା, ଶ୍ରୀହର୍ଷ ତ୍ରିପାଠୀ, ଦିବାକର ଶତପଥୀ, ବିଜୟ ପାଢ଼ୀ ରହିଥିବା ବେଳେ କର୍ତ୍ତା ଭାବେ କେ. ତ୍ରିନାଥ ରେଡି, ପତ୍ନୀ ଜାନକୀ ଓ ରାମହରୀ ମହାରଣା, ପତ୍ନୀ କିଶୋରୀ, କାନକେୟା ରେଡି, ପତ୍ନୀ ଏଲେମା ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇଥିଲେ। କମିଟି ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.