www.samajalive.in
Sunday, December 7, 2025
14.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରାମର୍ଶଦାତାଙ୍କ ଦିନିକିଆ କଲମପୁର ଗସ୍ତ

କଲମପୁର: ପଶ୍ଚିମ ଓଡ଼ିଶା ବିକାସ ପରିଷଦର ପରାମର୍ଶଦାତା ନାରାୟଣ ସାହୁ ଗୁରୁବାର ଦିନିକିଆ କଲମପୁର ଗସ୍ତ କରିଛନ୍ତି। ଶ୍ରୀ ସାହୁ କଲମପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ମୃତୀ ରଞ୍ଜନ ସେଠୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ପିତାମ୍ବର ହେମ୍ବ୍ରମ ପ୍ରମୁଖ ସ୍ୱାଗତ ଜଣାଇଥିଲେ। ବିଡିଓ ଶ୍ରୀ ମାଣ୍ଡାଙ୍ଗିଙ୍କ ପ୍ରକୋଷ୍ଠରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରୁ କଲମପୁର ବ୍ଲକରେ ଚାଲିଥିବା ଏବଂ ସମ୍ପାଦିତ ହେଇଥିବା ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କଲମପୁର ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ, ଆଦର୍ଶ ଶ୍ମଶାନ, କଲମପୁର ମୁଖ୍ୟ ବଜାର ସୌନ୍ଦର୍ଯ୍ୟକରଣ ଏବଂ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ଅଜିତ ମିଶ୍ର କଲମପୁର ଗସ୍ତରେ ଆସି ପ୍ରତିଶୃତି ଦେଇଥିଲେ। କିନ୍ତୁ ଅଜିତ ମିଶ୍ରଙ୍କ କଲମପୁର ଗସ୍ତର ୮ମାସ ପରେ ମଧ୍ୟ କୌଣସି ଅନୁଦାନ ଏହି ପ୍ରକଳ୍ପ ପାଇ ମଞ୍ଜୁର ହେଇନଥିବା ଅଂଚଳବାସୀ ପରାମର୍ଶଦାତା ନାରାୟଣ ସାହୁଙ୍କୁ ଜଣାଇଥିଲେ। ଏହାପରେ ଶ୍ରୀ ସାହୁ ୫-ଟିରେ ରୁପାନ୍ତରିତ ହେଉଥିବା କଲମପୁର ଅମୋହମଣୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗସ୍ତ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ସହ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ନେଇ ଆଲୋଚନା କରିଥିଲେ। ଅଂଚଳବାସୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଶ୍ରୀ ସାହୁଙ୍କଠାରେ ଅନୁରୋଧ କରିଥିଲେ। ଏହାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନରେ ଚାଲିଥିବା ଅନ୍ୟ କିଛି ପ୍ରକଳ୍ପ ପରିଦର୍ଶନ କରିଥିଲେ। ଡବ୍ଲ୍ୟୁ.ଓ.ଡି.ସି ଏଡଭଆଇଜର ନାରାୟଣ ସାହୁଙ୍କ ଏହି ଗସ୍ତ ସମୟରେ ଯୁବନେତା ସନ୍ଦୀପ କୁମାର ଶର୍ମା ଉପସ୍ଥିତ ରହିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories