କଲମପୁର: ଖଣ୍ଡିଡଙ୍ଗରୀଗୁଡା ଠାରେ ମଙ୍ଗଳବାର ସକାଳୁ ଘଟିଛି ଅଘଟଣ। ବାପା ପୁଅ ମିଶି ନିଜ ଜମିକୁ ଯାଇ ମଟର ଚଳାଇଥିବା ବେଳେ ହଠାତ ମହୁ ମାଛି ଆକ୍ରମଣର ଶିକାର ହେଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ସୁଚନା ଅନୁସାରେ ଖଣ୍ଡିଡଙ୍ଗରୀଗୁଡାର ଗର୍ଣ୍ଣ ମାଝୀ ନାମକ ବ୍ୟକ୍ତି ନିଜର ୧୩ ବର୍ଷିୟ ପୁଅ କ୍ଷିରମୋହନ ସହ ନିଜ ଜମିକୁ ଯାଇଥିଲେ। ଅନ୍ୟ ଏକ ଜମିରେ ପାଣି ଅଭାବ ଥିବାରୁ ଏକ କିରୋସିନୀ ମଟର ଚଳାଇ ପାଣି ମଡାଇବା ବେଳକୁ ମଟର ଶବ୍ଦ୍ ଓ କିରୋସିନି ଧୁଆଁ ଯୋଗୁଁ ନିକଟରେ ଥିବା ମହୁ ଫଣାରୁ ମହୁ ମାଛି ଆସି ଉଭୟ ବାପ ପୁଅଙ୍କୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।
Popular Categories



