ଜଳ ଓ ପରିମଳ ନେଇ ତାଲିମ ଶିବିର ଅନୁଷ୍ଠାନ

କଲମପୁର: ଥୁଆମୂଳ ରାମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନ୍ତୋଦୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗ୍ରାମସ୍ତରୀୟ ସ୍ୱାବଲମ୍ବୀ ମେକାନିକ ମାନଙ୍କ ପାଇଁ ଜଳ ଓ ପରିମଳ ସମ୍ବନ୍ଧରେ ଦିନିକିଆ ଏକ କର୍ମଶାଳା ଆୟୋଜିତ ହେଇଯାଇଛି । ୟୁନିସେଫ ସହାୟତାରେ ସମ୍ପୂର୍ଣ୍ଣ ବାର୍ତ୍ତା ପ୍ରକଳ୍ପ ଅଧିନରେ ଆୟୋଜିତ ଏହି କର୍ମଶାଳାରେ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ୨୪ ଖଣ୍ଡ ପଞ୍ଚାୟତର ସମସ୍ତ ସ୍ୱାବଲମ୍ବୀ ମେକାନିକ ଓ ସ୍ୱଚ୍ଛ ଭାରତ ମିଶନ ୨ରେ ସାମିଲ ହେଇଥିବା କିଆପଦର, ଗୁଣପୁର, ନାକରୁଣ୍ଡି, ବିରିକୋଟ, ରାମପୁର ଏବଂ ପାଡେପଦର ଆଦି ୬ ଗୋଟି ପଞ୍ଚୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇ ନିଜ ନିଜ ଅଂଚଳରେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ସେକପିଟ, ଲିଚ୍‌ ପିଟ ସବୁ ନିର୍ମାଣ କରି ପରିତ୍ୟକ୍ତ ଜଳ ପରିଚାଳନା, ନଳକୂପ ଖନନ ଓ ରକ୍ଷଣାବେକ୍ଷଣ ଦିଗରେ ପଞ୍ଚାୟତର ଭୂମିକା, ଶୌଚାଳୟ ବ୍ୟବହାର ଉପରେ ସଚେତନତା, ଘରେଘରେ ପାଇପ ଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଗାଁ କଲ୍ୟାଣ ପାଣ୍ଠିର ସୁବିନିଯୋଗ କରି ଗାଁ ସ୍ତରରେ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ ।

prayash

ଜଳଉତ୍ସ ଓ ଜଳ ବଣ୍ଟନ ପାଇଁ କେଉଁ ସଂସ୍ଥା ଅଥବା କେଉଁ ଠିକାଦାର ଉତରଦାୟୀ ସେମାନଙ୍କ ଯୋଗାଯୋଗ ନମ୍ବର ଓ ଠିକାଣା ପ୍ରତ୍ୟେକ ଗାଁରେ ଲେଖାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ତୋଦୟର ଅଧ୍ୟକ୍ଷ ଦିଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭରତ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ । ଅନ୍ତୋଦୟ ତରଫରୁ ସଂଯୋଜକ ସଞ୍ଜୀବ କୁମାର ଶତପଥୀ, ରବିନାରାୟଣ ସିଂ, ବୀଣାକାର ନାଏକ, ସମ୍ପୂର୍ଣ୍ଣ ବାର୍ତ୍ତା ପ୍ରକଳ୍ପ ଜରିଆରେ ଜଳ ପରିମଳ ସହିତ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ  ।

kalyan agarbati

Comments are closed.