ଜଙ୍ଗଲ ଜମି କେବଳ ଆଦିବାସୀଙ୍କ ହକ୍, ପୁଞ୍ଜିପତିଙ୍କ ବିକାଶ ପାଇଁ ନୁହେଁ : କଂଗ୍ରେସ

0

କଲମପୁର : ଜଙ୍ଗଲ ଜମି ଅନାଦି କାଳରୁ ଆଦିବାସୀଙ୍କ ଅକ୍ତିଆରରେ ରହି ଆସିଛି। ସେମାନଙ୍କ ପୁରୁଷ ପୁରୁଷ ଧରି ଏହି ଜଙ୍ଗଲ ଜମିକୁ ଅକ୍ତିଆର କରି ଏହି ମାଟିର ମଣିଷ ପଥର ତାଡି ସେଥିରେ ଝରଣା ପାଣି ମଡାଇ ସବୁଜ ଫସଲ ଉତ୍ପାଦିତ କରି ନିଜ ଗୁଜୁରାଣ ମେଣ୍ଟାଇ ଆସୁଛି। ଏହି ଜଙ୍ଗଲ ଜମି ଉପରେ କେବଳ ଆଦିବାସୀର ହକ୍‍ ରହିଛି ଆଉ କାହାରି ନୁହେଁ ବୋଲି କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପାଳପୁର ଭାରତଯାତ୍ରା ପଡିଆ ଠାରେ କଂଗ୍ରେସ ଦଳ ତରଫରୁ ଆୟୋଜିତ ପ୍ରତିବାଦ ସଭାରେ ଉପସ୍ଥିତ କଂଗ୍ରେସର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି- ଏଥିପାଇଁ କେନ୍ଦ୍ରରେ ଉପା ସରକାର ଶାସନରେ ଥିବା ବେଳେ ଏହି ଜଙ୍ଗଲ ଜମି ଅଧିକାରକୁ ଆଇନରେ ପରିଣତ କରିଥିଲେ। ଏହି ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ବଳରେ କେବଳ ଆଦିବାସୀ ନୁହେଁ ଜଙ୍ଗଲ ଜମିକୁ ପୁରୁଷ ପୁରୁଷ ଧରି ଦାଖଲ କରି ଆସିଥିବା ବ୍ୟକ୍ତିର ହକ୍‍ ରହିବ। ଏହି ନିଷ୍ପତି ସରକାର ନୁହେଁ ଗ୍ରାମ ସଭା କରିବ। କିନ୍ତୁ କେନ୍ଦ୍ର ଶାସନାଧିନ ଏନ.ଡି.ଏ ସରକାର ଆଦିବାସୀ ମାନଙ୍କୁ ସେମାନଙ୍କ ହକ୍‍ ଠାରୁ ଦୂରେଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଜଙ୍ଗଲ ଜମି ଠାରୁ ଆଦିବାସୀଙ୍କୁ ହଟାଇ ପୁଞ୍ଜିପତିଙ୍କ ବିକାଶ ପାଇଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କ ହକ୍‍ ରହିଛି ପୁଞ୍ଜିପତିଙ୍କ ବିକାଶ ପାଇଁ ନୁହେଁ।

prayash

ଥୁଆମୁଳ ରାମପୁର ଜୋନ ୧ର କାର୍ଯ୍ୟକାରୀ ସଭାପତି ସୋମନାଥ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଛତିଶଗଡ ରାଜ୍ୟର ଖଣି ଓ ଅବକାରୀ ବିଭାଗ ମନ୍ତ୍ରୀ କାୱାସୀ ଲଖ୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶେଷ ଅତିଥି ଭାବେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଛତିଶଗଡ ରାଜ୍ୟ ଯୁବ କଂଗ୍ରେସର ସଭାପତି ପୁର୍ଣ୍ଣ ଚନ୍ଦ୍ର ପାଢୀ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ରାଜ୍ୟ ମହିଳା କଂଗ୍ରେସର ସଧାରଣ ସମ୍ପାଦିକା ଦ୍ରୌପଦୀ ମାଝୀ, ଆଦିବାସୀ ନେତା ପରମାନନ୍ଦ ମାଝୀ ତଥା ବିଜୁ ଜନତା ଦଳର ନେତ୍ରୀଙ୍କ ନେତୃତ୍ୱରେ ବହୁ ପୂର୍ବତନ ସମିତି ସଭ୍ୟ, ସଭ୍ୟା ସରପଞ୍ଚ କଂଗ୍ରେସରେ ଯୋଗ ଦେଇଥିଲେ। ସେହିଭଳି ଜୟପାଟଣା ବ୍ଲକର ଆମ ଆଦମୀ ପାର୍ଟିର ନେତା ଗଙ୍ଗା ରାମ ଠାକୁରଙ୍କ ନେତୃତ୍ୱରେ ବହୁ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ବି.ଜେ.ଡି ଓ ବି.ଜେ.ପିର ପ୍ରାୟ ୨ଶହ କର୍ମୀ ଭକ୍ତ ଦାସଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ କଂଗ୍ରେସ ଦଳରେ ସାମିଲ ହେଇଥିଲେ। ଉଭୟ ଛତିଶଗଡ ମନ୍ତ୍ରୀ ଶ୍ରୀ ଲଖ୍ମା ଓ ଶ୍ରୀ ଦାସ ସମସ୍ତ କର୍ମୀଙ୍କୁ ଫୁଲତୋଡା ଦେଇ ଦଳରେ ସ୍ୱାଗତ କରିଥିଲେ। ଲାଞ୍ଜିଗଡ ଏକ ସମାବେଶ ଶେଷ କରି ମନ୍ତ୍ରୀ ଶ୍ରୀ ଲଖ୍ମା ପୂର୍ବତନ ସାଂସଦ ଶ୍ରୀ ଦାସ, ଛତିଶଗଡ ଯୁବନେତା ଶ୍ରୀ ପାଢୀ, ପୂର୍ବତନ ବିଧାୟକ ଶ୍ରୀ ମାଝୀ ଏକ ହେଲିକେପ୍ଟର ଯୋଗେ ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଭାରତ ଯାତ୍ରା ପଡିଆ ଠାରେ ଅବତରଣ କରି ଉପସ୍ଥିତ ଜନ ସମାବେସକୁ ସମ୍ବୋଧିିତ କରିଥିଲେ। ଏହି ଜନ ସାବେଶରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହେଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଥୁଆମୁଳ ରାମପୁର ଭଆରପ୍ରାପ୍ତ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ନେତୃତ୍ୱରେ ଶତାଧିକ ସୁରକ୍ଷା ବଳ ନିୟୋଜିତ ହେଇଥିଲେ।

Leave A Reply