www.samajalive.in
Monday, December 8, 2025
14.1 C
Bhubaneswar

ବି.ଡି.ଓଙ୍କ ଦ୍ୱାରସ୍ଥ ହେଲେ ଆବାସ ଯୋଜନାରୁ ବଂଚିତ ଶତାଧିକ ହିତାଧିକାରୀ

କଲମପୁର : କାହାର ଏସ.ଇ.ସି.ସି ତାଲିକାରେ ନାଁ ନାହିଁ ତ କାହାର ଗତ କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ ହେଇଥିଲେ ମଧ୍ୟ ତାହା ପରବର୍ତ୍ତି ପର୍ଯ୍ୟାୟରେ କୌଣସି ତୃଟି ଯୋଗୁଁ ଫେରିଯାଇଛି। ଏଭଳି ଶତାଧିକ ଆବାସ ଯୋଜନାରୁ ବଂଚିତ ହିତାଧିକାରୀ ଅନେକ ସମୟରେ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଆବାସ ଯୋଜନାରୁ ବଂଚିତ। ଯେଉଁଥି ପାଇଁ କିଏ ଭଙ୍ଗା ଦଦରା ମାଟି କୁଡିଆରେ ଅସହାୟ ଜୀବନ ଜିଉଁଛି ତ କିଏ ନିଜର ଶେଷ ସମୟକୁ ଅପେକ୍ଷା କରିଛି। ଏଭଳି ପଣ୍ଡିଗାଁ ଓ ବନ୍ଧକନା ପଂଚାୟତର ଶତାଧିକ ହିତାଧିକାରୀ ମଙ୍ଗଳବାର ଦିନ କଲମପୁର ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସି ବି.ଡି.ଓ କରିଶ୍ମା ବେଶ୍ରାଙ୍କୁ ସାକ୍ଷାତ କରିବା ସହ ତୁରନ୍ତ ଆବାସ ଯୋଜନାରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।
ସୁଚନା ଯୋଗ୍ୟ ଯେ, ଅନେକ ହିତାଧିକାରୀ ଘର ପାଇବା ପାଇଁ ଯୋଗ୍ୟ ହେଇଥିଲେ ମଧ୍ୟ ସେମାନଙ୍କ ନାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସ.ଇ.ସି.ସି ତାଲିକାରେ ତାଲିକା ଭୁକ୍ତ ହେଇ ନାହିଁ। ସରକାରଙ୍କ ତରଫରୁ ବାରମ୍ବାର ସଂଯୋଗ ତାଲିକା ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଅସହାୟ ବ୍ୟକ୍ତି ବିଶେଷଙ୍କ ପ୍ରତି ଗୁରୁତ୍ୱ ଦେଇନଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ହିତାଧିକାରୀ ମାନେ ଦାବି କରିଥିବା ବେଳେ ଏନେଇ ଆବଶ୍ୟକ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବି.ଡି.ଓ କରିଶ୍ମା ବେଶ୍ରା ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories