ଦୂଷିତ ଝରଣାପାଣି ନେଲାକି ୪ ଜୀବନ! ପୁଣି ଥୁଆମୂଳ ରାମପୁରରେ ବ୍ୟାପିଲା ଝାଡାବାନ୍ତି – ୩ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
କଲମପୁର – ଗତ ୧୫ ଦିନ ତଳେ ଥୂଆମୁଳ ରାମପୁର ଅଂଚଳରେ ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଥିଲା । ସେହି ସମୟରେ ଚିଙ୍ଗଗିଡିପାସ ୨ ଓ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା କୁଟୃପାଟ ଗ୍ରାମରୁ ଜଣଙ୍କର ମୃତ୍ୟୁ ହେଇଥିଲା । ପୁଣି ଏବେ ଥୂଆମୁଳ ରାମପୁର ବ୍ଲକ ଅଧିନସ୍ଥ ବିରିକୋଟ ପଂ·ୟତ ଅନ୍ତର୍ଗତ ସେମେଲପଦର ଗ୍ରାମ କେନ୍ଦୁପଡାର ଡମୁ ମାଝୀ ଓ ଗତକାଲି ବିଳମ୍ବିତ ରାତିରେ ବୃଦ୍ଧା ସୁନାଙ୍ଗ ଦେଈ ଝାଡା ବାନ୍ତି ରୋଗରେ ଆକ୍ରାନ୍ତହେଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଗୁଣପୁର ପଂଚାୟତ ଅଧିନସ୍ଥ ପୁଷ୍ଟିଗୁଡା ଜୟମାଝୀ ଓ ଚମ୍ପାଚୁଆଁ ଗ୍ରାମର ଅସେମତୀ ମାଝୀ ଏହି ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମଧ୍ୟ ସେମେଲପଦର କେନ୍ଦୁପଡାର ଉର୍ମିଳା ମାଝୀ, ରତନୀ କବାଡି, ନରେଙ୍ଗ ମାଝୀ, ରୁପଙ୍କା କବାଡି, ଶୁସିଳା ମାଝୀ, ଟିକେମଣି ମାଝୀ, ନୁଆଦେଈ ମାଝୀ, ସୁମନୀ ମାଝୀ, ବନିତା ମାଝୀ, ଦିଆନ ମାଝୀ, ରୀମା ମାଝୀ, ବାରୁ ମାଝୀ, ଶୁକ୍ରି ମାଝୀ, ଓ ମାଙ୍ଗଦେଈ ମାଝୀ ପ୍ରମୁଖ ୧୬ ଜଣ ଆକ୍ରାନ୍ତ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଟିକେମଣି, ଶୁକ୍ରି ଓ ମାଙ୍ଗଦେଈ ମାଝୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।
ଏହି ରୋଗ ବ୍ୟାପୁଥିବା ନେଇ ଖବର ପାଇବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏ.ଡି.ପି.ଏଚ ଡାକ୍ତର ରାକେଶ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଝାଡା ବାନ୍ତି ପ୍ରଭାବିତ କେନ୍ଦୁପଡା ଠାରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ପାଣି ଓ ରୋଗୀଙ୍କର ବିଭିନ୍ନ ନମୂନା ସଂଗ୍ରହ କରିଛନ୍ତି । ଏହାସହ ୧୬ ଜଣ ଆକ୍ରାନ୍ତଙ୍କୁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ କିଛି ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା କରାଯାଇଛି । ଏହି ପଡା ପାଇଁ ପାନୀୟ ଜଳର ସୁବିଧା ନଥିବାରୁ ଲୋକେ ଦୂଷିତ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି । ଯେଉଁଥିପାଇଁ ଏହି ରୋଗ ବୃଦ୍ଧି ପାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏହି ସ୍ୱାସ୍ଥ୍ୟ ଦଳ ସହ ମାଣିକ୍ୟ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଦଳ ଗାଁରେ ପହଂଚି ଲୋକଙ୍କ ଆକ୍ରାନ୍ତଙ୍କ ସେବା କରିବା ସହ କିଛି ଖାଦ୍ୟ ପ୍ରଦାନ କରିଥିଲେ । ଏନେଇ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନୀତିଶ ଝାଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଝାଡା ବାନ୍ତି ପ୍ରଭାବିତ ପୁଷ୍ଟିଗୁଡା ଗାଁ ପରିଦର୍ଶନରେ ଯାଇଥିଲେ । ସେମେଲପଦର କେନ୍ଦୁପଡାର ଆକ୍ରାନ୍ତଙ୍କୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗାଡି ସହାୟତାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ସୁଚନା ଦେଇଥିଲେ । ଏହାସହ କିଛି ଆକ୍ରାନ୍ତ କାଶିପୁର ଅଚଳରୁ ଆସିଥିବା ସୁଚନା ଦେଇଛନ୍ତି ।
Comments are closed.