www.samajalive.in
Monday, December 8, 2025
16.1 C
Bhubaneswar

ଡାକ୍ତର ହେବ ତ ଏମିତି….

କଲମପୁର : ଈଶ୍ୱରଙ୍କ ପରେ ସେବା ପାଇଁ ଡାକ୍ତରଙ୍କୁ ହିଁ ଦ୍ୱିତୀୟ ଈଶ୍ୱର କୁହାଯାଇଥାଏ। ସେବା ମନୋଭାବ ପାଇଁ ଅନେକ ଡାକ୍ତର ଜନ ମାନସରେ ରହିଛନ୍ତି। କିଏ ପ୍ରସୁତିଙ୍କୁ ଖଟିଆରେ ବୋହି ନେଇ ଚିକିତ୍ସା ସେବା ଯୋଗାଉଛି ତ କିଏ ରୋଗୀଙ୍କ ପାଖକୁ ଯାଇ ନିଜର ସେବା ବଳରେ ତାର ଜୀବନ ବଞ୍ଚାଇ ନିଜ କର୍ତବ୍ୟ ସମ୍ପାଦିତ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରେ ମହାନ୍ ହେଉଛନ୍ତି।

ସେହିଭଳି ଜଣେ ଡାକ୍ତର ହେଉଛନ୍ତି ଅବିନାଶ ରଥ। ଯିଏ ଗତ ୫.୬.୨୦୧୫ ମସିହାରେ କଳାହାଣ୍ଡି ଜିଲାର ଆଦିବାସୀ ବହୁଳ ତଥା ବଣ ଜଙ୍ଗଲ ଘେରା ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ। ଏହି ସମୟରେ ଅନେକ ସରକାରୀ କର୍ମଚାରୀ ଥୁଆମୁଲ ରାମପୁରରେ ଯୋଗଦାନ କରିବା ପରେ ଏହି ଅଞଳକୁ ଆସିବା ଏକ ଅପରାଧ ବୁଝନ୍ତି। କୌଣସି କର୍ତବ୍ୟରେ ଅବହେଳା କଲେ ଥୁଆମୁଳ ରାମପୁରକୁ ବଦଳି ହେଉଥିବା କୁହାଯାଇ ଆସୁଛି। ଏପରିକି ଏହି ଅଞ୍ଚଳରେ ଗମନା ଗମନ ପାଇଁ ସୁବିଧା ନଥିବା ବେଳେ ଅନେକ ସମୟରେ ମୋବାଇଲ ନେଟୱାର୍କ ସବୁ ଅଚଳ ହେବାଯୋଗୁ କୌଣସି ସ୍ଥାନକୁ ଯୋଗାଯୋଗ ସମ୍ଭବ ହେଇନଥାଏ। ରାସ୍ତା ଘାଟ ଅଭାବ କାରଣରୁ ଏହି ଅଞ୍ଚଳରେ ଅନେକ ଅଗମ୍ୟ ଅଞ୍ଚଳ ରହିଛି। କେହି ଉଚ୍ଚ ଅଧିକାରୀ ମଧ୍ୟ ଏହି ଅଞ୍ଚଳ ପରିଦର୍ଶନରେ ଯାଇ କାର୍ୟ୍ୟ ତଦାରଖ କରିବା ସମ୍ଭବ ହେଇନଥାଏ। ଯେଉଁଥି ପାଇଁ ଅନେକ କର୍ମଚାରୀ ବ୍ଲକ ମୁଖ୍ୟାଳୟରେ ରୁହନ୍ତି ନାହିଁ। ଭବାନିପାଟଣାରୁ ଯାତାୟତ କରି ସେବା ଯୋଗାଇଥାନ୍ତି। ଯାହାରି ଫଳରେ ଅଞ୍ଚଳର ଲୋକ ସଠିକ ସମୟରେ ସରକାରୀ ସେବା ପାଇବାରୁ ବଞ୍ଚିତ ହୁଅନ୍ତି। ସ୍ୱାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ସେବା ମଧ୍ୟ ଲୋକଙ୍କ ପାଖରେ ଅପହଞ୍ଚ ରହୁଥିଲା। ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ନଥିବରୁ ଅନ୍ଧ ବିଶ୍ୱାସର ବସବର୍ତ୍ତି ହେଇ ଝଡା ଫୁଙ୍କାରେ ଗୁରୁତ୍ୱ ଦେଉଥିଲେ। ଯେଉଁଥି ପାଇଁ ଅନେକ ସମୟରେ ଝାଡା ବାନ୍ତି ରୋଗରେ ପ୍ରଭାବିତ ସଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଇ ମୃତ୍ୟୁ ମୁଖରେ ପଡୁଥିଲେ।

- Advertisement -

୨୦୧୫ ଜୁନ ମାସରେ ଡାକ୍ତର ଅବିନାଶ ରଥ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେବା ପରେ ସେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭଙ୍ଗା ଦଦରା ଅବସ୍ଥାରେ ଥିବା ଡାକ୍ତରଙ୍କ କ୍ୱାଟରରେ ରହିଲେ। ୨୪ ଘଣ୍ଟା ରୋଗୀ ସେବା ସହ ଲୋକଙ୍କ ସହ ମିଶି ରିତିମତ ଅନେକ ଅଗମ୍ୟ ଅଞ୍ଚଳକୁ ପାଦ ଚଲା ରାସ୍ତାରେ ଯାଇ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାରେ ସଫଳ ହେଇଥିଲେ। ଗରୀବ ରୋଗୀଙ୍କୁ ସରକାରୀ ଯୋଜନା ମୁତାବକ ସେବା ଯୋଗାଇ ସମସ୍ତଙ୍କ ପ୍ରୀୟ ରଥ ଡାକ୍ତର ବାବୁ ଭାବେ ନିଜର ପରିଚୟ ସୃଷ୍ଟି କରି ଥିଲେ। କୌଣସି ତାଲିମ ଅଥବା ବୈଠକ କାର୍ୟ୍ୟ ବ୍ୟତିତ ଭବାନିପାଟଣା ଯାଇ ରହିବାକୁ ଡାକ୍ତର ରଥ ପସନ୍ଦ କରୁନଥିଲେ। ସେହି ସମୟରେ ସେ ରୋଗୀ ସେବା କରିବା ପାଇଁ ଉଚିତ ମନେ କରୁଥିଲେ। ଦୀର୍ଘ ୪ ବର୍ଷ ୮ ମାସ ରହଣି ପରେ ସମସ୍ତଙ୍କ ପ୍ରିୟ ଭାଜନ ହେଇଥିବା ବେଳେ ନିକଟରେ ତାଙ୍କର ପୁରୀ ଜିଲା ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇଯାଇଛି। ମଙ୍ଗଳବାର ଡାକ୍ତର ରଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବଦଳି ହୋଇଥିବା ନୂଆ ସ୍ଥାନକୁ ଯିବା ପାଇଁ ବାହାରି ଥିଲେ। ଡାକ୍ତର ରଥ ନୂଆ ସ୍ଥାନକୁ ଯାଉଥିବା ସୂଚନା ପାଇବା ପରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାରଣ୍ୟ ହେଇଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ଏକାଠି ହେଇ ଆଦିବାସୀ ପରମ୍ପରା ଅନୁସାରେ ବନ୍ଦାପନା କରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହ ତାଙ୍କର ଶୁଭ ମନାସୀ ଥିଲେ। ସମସ୍ତଙ୍କ ଆଖିରେ ଥିଲା ଲୁହ। ଡାକ୍ତର ରଥ ମଧ୍ୟ ନିଜକୁ ନିୟନ୍ତ୍ରଣ କରି ପାରୁନଥିଲେ।

ଡାକ୍ତର ଅବିନାଶ ରଥଙ୍କ ବଦଳି ପରେ ଏବେ କଳାହାଣ୍ଡି ଜିଲାରେ ଝାଡା ବାନ୍ତି ରୋଗ ପ୍ରଭାବରେ ପ୍ରଭାବିତ ହେଉଥିବା ସମ୍ବେଦନଶୀଳ ଅଞ୍ଚଳ ଥୁଆମୁଳ ରାମପୁରରେ ଡାକ୍ତର ଅଭାବରୁ ପ୍ରଭାବିତ ହେବ ରୋଗୀ ସେବା। ଏନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜଗୁ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ତୁରନ୍ତ ସେ ଏଥିପ୍ରତି ଗୁରୁତ୍ୱ ଦିଆଯିବ ଏବଂ ଏନେଇ ସରକାରଙ୍କୁ ପତ୍ର ମାଧ୍ୟମରେ ଜିଲା ପ୍ରଶାସନ ତରଫରୁ ଜଣାଇଥିବା ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories