www.samajalive.in
Monday, December 15, 2025
27.1 C
Bhubaneswar

କଦଳୀଗଡରେ ହେବ ଯୁକ୍ତ ୨ ମହାବିଦ୍ୟାଳୟ : କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ସମ୍ବଲପୁର – ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର କଦଳୀଗଡ ସ୍ଥିତ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ୨ ମହାବିଦ୍ୟାଳୟ (କଳା) ରୂପେ ମଞ୍ଜୁରୀ ଦେବା ପରେ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଅଞ୍ଚଳବାସୀ ଜଣାଇଛନ୍ତି । ଗତ ବର୍ଷ ଅକ୍ଟୋବର ୨ ତାରିଖ ଅବସରରେ ବିଦ୍ୟାଳୟ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନଙ୍କୁ କଦଳୀଗଡ ଗ୍ରାମର କମ୍ଭୁ ପ୍ରସାଦ ଗଡତିଆ ଓ ରଘୁନାଥ କର୍ଣ୍ଣ ଯୁକ୍ତ ୨ ମହାବିଦ୍ୟାଳୟ ପାଇଁ ଦାବି କରିଥିଲେ ।

ଏଣୁ ଆଜି ରେଢ଼ାଖୋଲ ଜୋନ ୨ ଜିଲା ପରିଷଦ ସଦସ୍ୟ ଶରତ ପ୍ରଧାନ ଓ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଉତ୍ତରୀୟ ଦେଇ ଗଡତିଆ ଓ କର୍ଣ୍ଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥି ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ଓ ବିସ୍କୁଟ ବଣ୍ଟନ କରାଯାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଥିଲା । ଅଞ୍ଚଳର ଅନେକ ଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ । କାର୍ଯ୍ୟକ୍ରମରେ ବୃଷକେତୁ ପ୍ରଧାନ, ଭୂବନ ପ୍ରଧାନ, ଉତ୍ତମ ମହାକୁଡ, ସଞ୍ଜୟ ମେଶ୍ୱା, ଜିତେନ୍ଦ୍ର କଁହର, ଚକ୍ରଧର ପ୍ରଧାନ ଙ୍କ ସମେତ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories