ରୂପାନ୍ତରିକରଣରେ ସାମିଲ ହେଲା ଆଦର୍ଶ ବିଦ୍ୟାଳୟ

ଆଠଗଡ: ସରକାରଙ୍କର ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଠଗଡ ଆଦର୍ଶ ବିଦ୍ୟାଳୟକୁ ସାମିଲ କରାଯାଇଥିବା ଜଣାପଡିଛି। ଏହି ରୂପାନ୍ତରିକରଣ କାମ କିପରି ସୁରୁଖୁରୁରେ ଏବଂ ଉଚ୍ଚମାନର କରାଯିବ ସେ ସଂପର୍କରେ ଆଲୋଚନା ପାଇଁ ସୋମବାର ପ୍ରଧାନଶିକ୍ଷୟିତ୍ରୀ ଊଷାରାଣୀ ସାହୁଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

prayash

ଏଥିରେ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ କଟକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ ଯୋଗଦେଇ ବିଦ୍ୟାଳୟରେ ରୂପାନ୍ତରିକରଣ କାର୍ଯ୍ୟକ୍ରମ ମଧ୍ୟରେ ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ଗ୍ରନ୍ଥାଗାର, ଆଧୁନିକ ବିଜ୍ଞାନାଗାର, ଖେଳପଡିଆ ନିର୍ମାଣ, ଶୌଚାଳୟ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି କାର୍ଯ୍ୟ କରାଯିବ ବୋଲି କହିଥିଲେ। ଏହି ସବୁ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଉନ୍ନତମାନର କରାଯିବ ସେ ଦିଗରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ସଦସ୍ୟମାନେ ଧ୍ୟାନ ଦେବା ପାଇଁ ଦୁଇ ଅଧିକାରୀ ପରାମର୍ଶ ଦେଇଥିଲେ।

ଏହା ଦ୍ୱାରା ସ୍କୁଲରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷାଦାନ ପ୍ରଭାବଶାଳୀ ହୋଇପାରିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୁତିଧର ପ୍ରଧାନ, କମଳା ନାୟକ, ଶିକ୍ଷକ ସୁବୋଧ କୁମାର ହୋତାଙ୍କ ସମେତ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ପରିଚାଳନା କମିଟିର ଅନ୍ୟ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.