www.samajalive.in
Monday, December 15, 2025
24.1 C
Bhubaneswar

ପୁରୀର ବ୍ରଜ ଗୋପୀକା ସେବା ମିଶନ ପକ୍ଷରୁ ସମ୍ବଲପୁର ପାଠାଗାରକୁ ୩ ଲକ୍ଷ ଟଙ୍କା ଅର୍ଥରାଶି ଦାନ

ସମ୍ବଲପୁର, – ପୁରୀର ବ୍ରଜ ଗୋପୀକା ସେବା ମିଶନ ପକ୍ଷରୁ ସମ୍ବଲପୁର ସାର୍ବଜନୀନ ପାଠାଗାରକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଚେକ ମାଧ୍ୟମରେ ଅନୁଷ୍ଠାନର ପ୍ରତିନିଧି ମଣ୍ଡଳ ପୁରୀରୁ ସମ୍ବଲପୁରକୁ ଆସି ଏହା ପ୍ରଦାନ କରିଛନ୍ତି ।

ମଙ୍ଗଳବାର ପୁରୀରୁ ଦେବାନନ୍ଦ ନାୟକ, ବନ୍ଦନା ହୋତା ଓ ଶଶିଭୂଷଣ ଦଳାଇ ସମ୍ବଲପୁରକୁ ଆସି ସାର୍ବଜନୀନ ପାଠାଗାର ଠାରେ ଅଧ୍ୟକ୍ଷ ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ପାଠାଗାରର ସମ୍ପାଦକ ରଘୁନାଥ ମିଶ୍ର, ଡ. ଗିରିଧାରୀ ହୋତା ଓ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହିଥିଲେ ।

- Advertisement -

ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖରେ ପାଠାଗାର ତରଫରୁ ଆୟୋଜିତ ଜାତୀୟ ସମ୍ପାନରେ ସ୍ୱତନ୍ତ୍ର ଅତିଥି ସାଧ୍ୱୀ ପ୍ରବଚିକା ପୂଜ୍ଜ୍ୟା ରାସେଶ୍ୱରୀ ଦେବୀ ଏହି ସହାୟତା ରାଶି ଏହାର ବିକାଶ ନିମନ୍ତେ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି ଅବସରରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବାରୁ ପାଠାଗାର ତରଫରୁ ଉଭୟ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories