୧୪ ଜିଲ୍ଲାରେ କାଳବୈଶାଖୀ ପାଇଁ ସତର୍କ ସୂଚନା

0

ଭୁବନେଶ୍ୱର  : କ୍ରମାଗତ କାଳ ବୈଶାଖୀର ପ୍ରଭାବ ଏବଂ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବାୟୁ ଚଳାଚଳ ଦିଗ ବଦଳିବା ସହିତ ତାପମାତ୍ରାରେ ତାରତମ୍ୟ ଲକ୍ଷ୍ୟ କରାଯାଇଛି।

ଶୁକ୍ରବାର ରାଜ୍ୟର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ୧୪ଟି ଜିଲ୍କାରେ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡା, କନ୍ଧମାଳ,ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ,ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ ଏବଂ ଦେବଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ  କୁଆପଥର ବର୍ଷା ଓ ଘୂର୍ଣ୍ଣିଝଡ଼ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭବନା ରହିଛି।

ତେବେ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave A Reply