BJD Bijuli 480×75 Mob

କ୍ରୀଡ଼ାଗ୍ରାମରେ ଉଡ଼ିଲା ଭାରତୀୟ ପତାକା

BJD Bijuli 480×75 Mob
0

ଗୋଲ୍‍ଡ କୋଷ୍ଟ : ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ସୋମବାର ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଭାରତୀୟ କ୍ରୀଡ଼ାବିତ୍‍ଙ୍କ ରୁମ୍‍ରୁ ଇଞ୍ଜେକ୍‍ସନ ସିରିଞ୍ଜ୍‍ ମିଳିବା ଯୋଗୁଁ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ଭୁଲି ଭାରତୀୟ ପ୍ରତିଯୋଗୀ ଓ ଅଫିସିଆଲ୍‍ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ ସମସ୍ତ କ୍ରୀଡ଼ାବିତ୍‍ ବେଶ୍‍ ଖୁସି ଥିବା ଦେଖିବାକୁ ମିଳିଥିଲା। ଏପରିକି ମହିଳା ବକ୍ସର ଏମ୍‍.ସି. ମ୍ୟାରୀ କମ୍‍ ଓ ଜାଭେଲିନ୍‍ ଥ୍ରୋଅର ନୀରଜ କୁମାର ଏକାଠି ନୃତ୍ୟ କରିଥିଲେ। ସିରିଞ୍ଜ୍‍ ବିବାଦ ନେଇ ସାମ୍ବାଦିକମାନେ ନାନା ପ୍ରଶ୍ନ କରିଥିବା ବେଳେ କେହି କିଛି କହିନଥିଲେ। ଭାରତୀୟ ବକ୍ସିଂ ଦଳର ପ୍ରଶିକ୍ଷକ କହିଥିଲେ ଯେ ଅଭ୍ୟାସ ଓ ତାଲିମ ଉପରେ ଆମର ଧ୍ୟାନ ରହିଛି ଏବଂ ପଦକ ଜିତିବା ଆମର ମୁଖ୍ୟ ଲକ୍ଷ୍ୟ। ଏହାକୁ ଛାଡ଼ି ଆମେ କିଛି ଜାଣିନାହୁଁ। ଜାତୀୟ ପତାକା ଉତ୍ତୋଳନ ଉତ୍ସବର ନେତୃତ୍ୱ ନେଇଥିବା ଭାରତୀୟ ଦଳର ଚିଫ୍‍-ଡି-ମିଶନ୍‍ ବିକ୍ରମ ସିସୋଦିଆ ମଧ୍ୟ ଏହି ମାମଲାରେ କିଛି କହିବାକୁ ମନା କରି ଦେଇଥିଲେ। ୪ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‍ଘାଟନୀ ଉତ୍ସବ ଆୟୋଜନ ହେଉଥିବା ବେଳେ ଏହାର ମାର୍ଚ୍ଚପାଷ୍ଟରେ ବ୍ୟାଡ୍‍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଭାରତୀୟ ପତାକା ବହନ କରିବେ।

Leave A Reply