BJD Bijuli 480×75 Mob

ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର

BJD Bijuli 480×75 Mob
0

ପିପିଲି : ପିପିଲି-ଜଟଣୀ ରାସ୍ତାର କାକୁଡିଆ ନିକଟରେ ରବିବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ନାମ ବିକାଶ ମଲ୍ଲିକ(୧୯) ଓ ତାଙ୍କ ଘର ପିପିଲି ଥାନା ଘାସଫାର୍ମ ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କ ଗୋଡ ଭାଙ୍ଗି ଯିବା ସହ ମୁଣ୍ଡ ଓ ମୁଁହରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‍ ହସପିଟାଲ୍‍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିକାଶ ଏକ ବାଇକ ଯୋଗେ ପିପିଲିରୁ ଜଟଣୀ ଅଭିମୁଖେ ଯାଉଥିବା ବେଳେ କାକୁଡିଆ ନିକଟ କୌଶଲ୍ୟା ଇଟା ଭାଟି ସମ୍ମୁଖରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କ ବାଇକ୍‍ଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଖବର ପାଇ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ôଚ ବିକାଶଙ୍କୁ ହସପିଟାଲକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Leave A Reply