ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ର ବ୍ରାଣ୍ଡ ‘ଜୁଏଲ୍ସ ବାଏ ସୋନିଆ’ ଉଦ୍‌ଘାଟିତ

ଭୁବନେଶ୍ୱର: ରୂପାଲି ଛକ ସ୍ଥିତ ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ଠାରେ ଡ଼ିଜାଇନର ହୀରା ଅଳଙ୍କାର ବ୍ରାଣ୍ଡ ‘ଜ୍ୱେଲସ ବାଏ ସୋନିଆ’ ଉଦ୍‌ଘାଟିତ ହୋଇଯାଇଛି। ସୋନିଆଙ୍କ ଦ୍ୱାରା ପ୍ରସ୍ତୁତ ଅଳଙ୍କାର ମହିଳା ମାନଙ୍କ ପସନ୍ଦକୁ ବହନ କରୁଥିବା ହୀରା ଅଳଙ୍କାରର ଏକ ସ୍ୱତନ୍ତ୍ର ସଂଗ୍ରହ ଅଟେ। ଏହି ବ୍ରାଣ୍ଡର ମୂଳ ଲକ୍ଷ୍ୟ ଅତି ସୁଲଭ ମୂଲ୍ୟରେ ଉଚ୍ଚମାନର ଗୁଣାତ୍ମକ ହୀରା ଅଳଙ୍କାର ଯୋଗାଇବା। ଏହି ଅବସରରେ ଫେଶନ୍ ସୋ, ଅଳଙ୍କାର ପ୍ରଦର୍ଶନୀ, ଖୁଚୁରା ବିକ୍ରୟ ଓ ଆକର୍ଷଣୀୟ ବ୍ୟାଗ୍ ଇତ୍ୟାଦିର ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଉତ୍ସବରେ କୋଭିଡ଼୍ ୧୯ ଭଳି ଜରୁରୀ ପରିସ୍ଥତିରେ ଭୁବନେଶ୍ୱରର ଆମ୍ରି, ଆପୋଲ ଆଦି ବିଭିନ୍ନ ବେସରକାରୀ ହସ୍ପିଟାଲର ଡ଼ାକ୍ତର, ନର୍ସ ଇତ୍ୟାଦିଙ୍କୁ ସେମାନଙ୍କ ଅବଦାନ ପାଇଁଁ ପୁରସ୍କୃତ କରାଯାଇଥିଲା। ଏଥିସହ ଡ଼ାକ୍ତର ଓ ନର୍ସମାନେ ସୋନିଆଙ୍କ ଦ୍ୱାରା ପ୍ରସ୍ତୁତ ହୀରା ଅଳଙ୍କାର ପରିଧାନ କରି ରାମ୍ପ ଶୋ’ରେ ଭାଗ ନେଇଥିଲେ। ଏହି ଉତ୍ସବରେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହଯୋଗ କରି ସେମାନଙ୍କ ସହ ରାମ୍ପ ଶୋ’ରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ ଅତିରିକ୍ତ ଉପସଭାପତି ନିଳାଞ୍ଜନା ମୁଖାର୍ଜୀ, କୋଭିଡ଼୍ ଯୋଦ୍ଧାମାନଙ୍କ ସହ ମରେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଶ୍ରୀ ସୁର୍କି ପଟ୍ଟନାୟକ କହିଛନ୍ତି ଯେ ଏହି ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ମାନଙ୍କ ଗନ୍ତାଘର ହେଉ। ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ ଭିିତ୍ତିଭୂମି ଯୋଗାଇବା ଦିଗରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

prayash

ସୁଶ୍ରୀ ସୋନିଆ ଜଣେ ଉତ୍ସାହୀ ଡ଼ିଜାଇନର ଏବଂ ତାଙ୍କ ସଂଘର୍ଷ କାହାଣୀ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ ଅଟେ। ତାଙ୍କ କୃତୀ ଗୁଡ଼ିକ ନିଜର ଗୁଣବତ୍ତା ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ମୋର ଆଶା ଓ ବିଶ୍ୱାସ। ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ନିଃସ୍ୱାର୍ଥପର ସେବା ନିମନ୍ତେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ପ୍ରକାଶ କରିଥିଲେ।
ଏହି ଅବସରେ ସୁଶ୍ରୀ ସୋନିଆ ତାଙ୍କ ବ୍ରାଣ୍ଡ ଲ କରିବା ଅବସରରେ ଯୋଗ ଦେଇଥିବାରୁ ସେ ସୁଶ୍ରୀ ସୁର୍କି ପଟ୍ଟନାୟକ ଏବଂ ଇଣ୍ଡଲ୍‌ଜ ବ୍ରାଇଡ଼ାଲ ମଲ୍‌କୁ ଧନ୍ୟବାଦ ଦେଇଥିଲେ। ଏଥିସହ ସୋନିଆଙ୍କ ଡ଼ିଜାଇନ୍‌କୁ ସବୁବେଳେ ତାଙ୍କ ବନ୍ଧୁ ପରିବାର ତରଫରୁ ସମର୍ଥନ ମିଳିବାରୁ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ତାଙ୍କ ନିଜସ୍ୱ ବ୍ରାଣ୍ଡ ସୃଷ୍ଟି କରିବାର ସ୍ୱପ୍ନ ଯାହାକି ଆଜି ବାସ୍ତବ ରୂପ ନେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ‘ଜ୍ୱେଏଲ୍ସ ବାଏ ସୋନିଆ’ ମାଧ୍ୟମରେ ହୀରା ଅଳଙ୍କାର ସମସ୍ତଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

kalyan agarbati

Comments are closed.