www.samajalive.in
Tuesday, December 9, 2025
16.1 C
Bhubaneswar

ପାଣ୍ଡବମାନଙ୍କ ଠାରୁ ଶିଖିପାରିବା ପରିବାରରେ ସୁଖ ବଜାୟ ରଖିବାର ଉପାୟ

ମହାଭାରତରେ ସମସ୍ତେ ପାଣ୍ଡବମାନଙ୍କ ପରିବାର ଦେଖିଥିବେ। ମା’ କୁନ୍ତି ଓ ପାଣ୍ଡବ ପାଞ୍ଚ ଭାଇଙ୍କୁ ଜାଣିଥିବେ ମଧ୍ୟ। ମା’ କୁନ୍ତୀ ନିଜର ତିନି ପୁତ୍ରଙ୍କ ସମତେ ମାଦ୍ରୀଙ୍କ ଦୁଇ ପୁତ୍ରଙ୍କର ଲାଳନପାଳନ କରିଥିଲେ। ସେ ମାଦ୍ରୀ ପୁତ୍ର ନକୁଳ ଓ ସହଦେବଙ୍କୁ ନିଜ ପୁତ୍ରଙ୍କ ପରି ଭଲ ପାଇବା ଓ ଉଚିତ ଶିକ୍ଷା ଦେବା ସହ ସଂସ୍କାର ମଧ୍ୟ ଦେଇଥିଲେ। ସମସ୍ତ ପୁତ୍ରଙ୍କ ଏକା ପରି ଦେଖୁଥିଲେ। ମା’ କୁନ୍ତିଙ୍କ ମୁହଁରୁ ବାହାରି ଥିବା ପ୍ରତ୍ୟେକ କଥାକୁ ପାଞ୍ଚ ଭାଇ ମାନି ଚଳୁଥିଲେ। ସମସ୍ତଙ୍କର ବଡମାନଙ୍କ ପ୍ରତି ସମ୍ମାନ ଓ ସାନମାନଙ୍କ ପ୍ରତି ଭଲ ପାଇବା ରହିଥିଲା। ସମସ୍ତ ଭାଇଙ୍କ ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ଭାଳିବାର ଦାୟିତ୍ବ ରହିଥିଲା। ସେଥିପାଇଁ ପାଣ୍ଡବମାନେ ଯେଉଁ ଠାରେ ରହୁଥିଲେ ମଧ୍ୟ ଖୁସିରେ ତାଙ୍କ ସମୟ କଟିଥିଲା। ପାଣ୍ଡବମାନଙ୍କ ଠାରୁ ସମସ୍ତେ ପରିବାର ପ୍ରତି ଦାୟିତ୍ବ ଓ ସମର୍ପଣଭାବ ଶିଖିବା ଉଚିତ।

ପରିବାରର ସୁଖ ପାଇଁ କିଛି କଥା :

- Advertisement -

ପରିବାରର ଖୁସି ଓ ସମୃଦ୍ଧି ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ କୌଣସି ସଦସ୍ୟ ସ୍ବାର୍ଥୀ, ଦୁର୍ଗୁଣୀ ଓ ଅସଭ୍ୟ ନ ହେବ। ପରିବାରର ଧର୍ମ ଓ କାର୍ଯ୍ୟ ପ୍ରତି ଆସ୍ଥା ଓ ସମର୍ପଣ ରହିବା ଉଚିତ। ଏହାଦ୍ବାରା ପରିବାରରେ ସମସ୍ତଙ୍କ ମନରେ ଦୟାଭାବ ଓ ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ ରହିବ। ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ବବୋଧ ସମସ୍ତଙ୍କ ମନରେ ରହିବା ଦ୍ବାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ।

ଯେକୌଣସି କର୍ତ୍ତବ୍ୟକୁ ନିଜର କର୍ମ ଭାବି ଗଭୀରତାର ସହ ଭାବି ଚିନ୍ତି କରିବା ଦ୍ବାରା ପରିବାର ମଧ୍ୟରେ​‌ ସନ୍ତୁଳନ ରହିଥାଏ। ଏହାଦ୍ବାରା ପରିବାରରେ କୌଣସି ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହି ନ ଥାଏ।

କେବେ ବି ପରିବାରରେ କାହାର ଅନାଦର କରନ୍ତୁ ନାହିଁ। କାରଣ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସହଯୋଗ ରହିବା ଦ୍ବାରା ପରିବାରରେ ସମ୍ପର୍କ ସୁଦୃଢ ରହିଥାଏ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories