ଚାକିରୀ ମିଳିବାରେ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ୯ଟି ଉପାୟ

0

ଚାକିରୀ ପ୍ରାୟ ପ୍ରତ୍ୟେକ ମଣିଷର ଜରୁରୀ ଅଟେ । କିନ୍ତୁ ଅନେକ ଚେଷ୍ଟା କରିବା ପରେ ଚାକିରୀ ନ ମଳିଲେ, ତେବେ ଆମେ ଭାଗ୍ୟକୁ ଦୋଷ ହେଉ । ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତାହାଲେ ବ୍ୟସ୍ତ ହେବାର କୌଣସି କଥା ନାହିଁ । ଆଜି ଆମେ ଆପଣଙ୍କୁ ୯ଟି ଉପାୟ ବତାଇବୁ ଯାହା ଆପଣଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରିବ ।

୧. ଶନିଦେବଙ୍କ ଆରାଧନା: ପ୍ରତି ଶନିବାର ଦିନ ଶନି ମନ୍ଦିରକୁ ଯାଇ ସୋରିଷ ତେଲ ଓ କଳା ରାଶି ଅର୍ପଣ କରନ୍ତୁ । ଏହା ପରେ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ୪୩ ଥର ଜପ କରନ୍ତୁ ।

୨. ସାତ ପ୍ରକାରର ଶସ୍ୟ: ସତ ପ୍ରକାରର ଶସ୍ୟ ମିଶାଇ ନିଜ ଉପରେ ସାତ ଥର ବୁଲାଇ ରଖନ୍ତୁ । ଏହାକୁ ପ୍ରତିଦିନ ସକାଳେ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

୩. ଭଗବାନ ହନୁମାନଙ୍କ ଆରାଧନା: ପୂଜା ସ୍ଥାନରେ ଭଗବାନ ହନୁମାନଙ୍କ ଉଡୁଥିବା ଫଟୋ ଲଗାଇ ଆରଧାନା କରନ୍ତୁ । ସାକ୍ଷାତକାର ଦେବାକୁ ଯିବା ସମୟରେ ହନୁମାନ ଚାଳିଶା ନିଶ୍ଚୟ ପାଠ କରନ୍ତୁ ।

୪. ଅଶ୍ବତ୍ଥ (ଓସ୍ତ)ଗଛ: ଅଶ୍ବତ୍ଥ ବା ଓସ୍ତ ଗଛ ମୂଳରେ ପାଣି ଦିଅନ୍ତୁ । ଏହା ଦ୍ବାରା ସବୁ ଦେବତା ଏବଂ ପିତୃ ଦେବ ସନ୍ତୁଷ୍ଟ ହୋଇଥାନ୍ତି ।

prayash

୫. କୂଅରେ କ୍ଷୀର: ଯେକୌଣସି ଦିନ ପାଣି ଥିବା ଏକ କୂଅରେ ଅଳ୍ପ କ୍ଷୀର ଢାଳନ୍ତୁ । ଏହି ବିଷୟରେ ଅନ୍ୟ କାହାକୁ ବି ଜଣାନ୍ତୁ ନାହିଁ । ଚକାରୀ ପାଇବା ଯାଏଁ ଏପରି କରନ୍ତୁ ।

୬. ଶିବଲିଙ୍ଗ ଉପରେ କ୍ଷୀର: ଶିବ ଲିଙ୍ଗ ଉପରେ କ୍ଷୀର ଓ ପାଣି ଚଢାନ୍ତୁ । ଏହା ସହ ଅଳ୍ପ ଚାଉଳ ଓ ମିଠା ଅର୍ପଣ କରନ୍ତୁ । ଏହି ଉପାୟରେ ଅଖଣ୍ଡ ସୌଭାଗ୍ୟ ଲାଭ ହୋଇଥାଏ ।

୭. ମା’ କାଳୀ: ପ୍ରତି ମାସର ପ୍ରଥମ ସୋମବାର ଦିନ ଅଳ୍ପ କଳା ଚାଉଳ ଧଳା କପଡାରେ ବାନ୍ଧି ମା’ କାଳୀଙ୍କ ମନ୍ଦିରକୁ ଯାଇ ଚଢାନ୍ତୁ ।

୮. ଗଣେଶଙ୍କ ଫଟୋ: କୌଣସି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଫଟୋ ଘରେ ଲଗାନ୍ତୁ । ଫଟୋରେ ଭଗବାନ ଗଣେଶଙ୍କ ଶୁଣ୍ଡ ଡାହଣ ପଟକୁ ହୋଇଥିବା ଦରକାର । ଏହି ଫଟୋ ନିକଟରେ ଲବଙ୍ଗ ବା ଗୁଆ ରଖି ଆରାଧନା କରନ୍ତୁ । ବାହାରକୁ ଯିବା ସମୟରେ ଏହି କୁ ସାଙ୍ଗେରେ ନେଇ ଯାଆନ୍ତୁ, କାର୍ଯ୍ୟ ସଫଳ ହେବ ।

୯. ଗାଈକୁ ଅଟା: ସାକ୍ଷତକାର ଦେବାକୁ ଯିବା ସମୟରେ ଯଦି ବାଟରେ ଗାଈକୁ ଦେଖିଲେ ଅଟା ଓ ଗୁଡ ଖୁଆଇ ଯାଅାନ୍ତୁ ।

kalyan agarbati
Leave A Reply