କୁପୱାଡ଼ାରେ ୨ ଆତଙ୍କବାଦୀ ମୃତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲା ଅନ୍ତର୍ଗତ ହଣ୍ଡୱାରାଠାରେ ଗୁରୁବାର ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଷ୍ଟ୍ରୀୟ ରାଇଫଲସ୍‍ର ଯବାନ କ୍ରାଲଗୁଣ୍ଡ କାଜିଆବାଦ ଜଙ୍ଗଲ ଅଞ୍ଚଳରେ ସନ୍ଧାନ ଅଭିଯାନ ଚଳାଇଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଗାଡ଼ି ଉପରକୁ ଗୁଳି ମାରିଥିଲେ। ଏହାର ଜବାବ ଦେବାକୁ ଗୁରୁବାର ସକାଳେ ଯବାନମାନେ ଉଦ୍ୟମ କଲାବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ମୃତଦେହ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ମୃତ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ।

Leave A Reply