www.samajalive.in
Monday, December 15, 2025
16.1 C
Bhubaneswar

ଦୁଇ ଦଶନ୍ଧି ଧରି ସହିଦଙ୍କ ପରିବାରକୁ ଚିଠି ଲେଖୁଛନ୍ତି ଜିତେନ୍ଦ୍ର

ସୁରତ୍‍ : ଦେଶପ୍ରେମ ଜାଗ୍ରତ କରିବା ଓ ଦେଶ ପାଇଁ ପ୍ରାଣବଳୀ ଦେଉଥିବା ସହିଦଙ୍କ ସମ୍ମାନାର୍ଥେ କିଏ କେତେ କ’ଣ କରୁଛନ୍ତି; ହେଲେ ସୁରତ୍‍ର ଜିତେନ୍ଦ୍ର ସିଂହ ଗୁର୍ଜର ଭିନ୍ନ ପଥ ଆପଣାଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ସହିଦଙ୍କ ସମ୍ମାନାର୍ଥେ ସେମାନଙ୍କ ପରିବାରକୁ ଚିଠି ଲେଖିଆସୁଛନ୍ତି। ପୋଷ୍ଟକାର୍ଡରେ ଜାତୀୟ ପତାକା ଚିତ୍ର ଆଙ୍କି ସେଥିରେ ଯତ୍ନର ସହିତ ‘ସତ୍ୟମେବ ଜୟତେ’ ଲେଖିବା ସହ ଏହାକୁ ସହିଦଙ୍କ ପରିବାରକୁ ପଠାଉଛନ୍ତି। କାର୍ଗିଲ ଯୁଦ୍ଧ ସମୟରୁ ୧୯୯୯ରୁ ସେ ଏହା କରିଆସୁଛନ୍ତି; ବିଶେଷକରି କାର୍ଗିଲ ସହିଦଙ୍କ ପରିବାରକୁ ନିୟମିତ ଚିଠି ପଠାଇ ସେମାନଙ୍କ ବଳିଦାନକୁ ସ୍ମରଣ କରିଚାଲିଛନ୍ତି। କାର୍ଗିଲ ଯୁଦ୍ଧ ହିଁ ତାଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଥିବା କହନ୍ତି ଜିତେନ୍ଦ୍ର। ଏହି ଯୁଦ୍ଧରେ ସେନାରେ ଥିବା ତାଙ୍କ ଗାଁର କିଛି ଯବାନ ପ୍ରାଣହରାଇଥିଲେ। ସେମାନଙ୍କ ବୀରତ୍ୱର କାହାଣୀ ହିଁ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେବେଠାରୁ ସେ ଚିଠିଲେଖା ଆରମ୍ଭ କରିଥିଲେ। ଏଥିମଧ୍ୟରେ ଚିଠିଟିଏ ଦେବାର ନିଆରା ଆନନ୍ଦ ସେ ଅନୁଭବ କରିଛନ୍ତି। ଚିଠିର ଉତ୍ତରରେ କିଏ ସହିଦଙ୍କୁ ସ୍ମରଣକରି କାନ୍ଦନ୍ତି ତ କିଏ କୃତଜ୍ଞତା ଜଣାନ୍ତି। ଆଉ କିଏ ଚିଠିକୁ ହସରେ ଉଡ଼ାଇଦିଅନ୍ତି। ଏହା ସତ୍ତ୍ବେ ଚିଠିର ଉତ୍ତର ପାଇବା କ୍ଷଣି ସେ ଆନନ୍ଦ ପାଆନ୍ତି ବୋଲି କହନ୍ତି ଜିତେନ୍ଦ୍ର। ଜିତେନ୍ଦ୍ର ସମୟକ୍ରମେ ୪୦ରୁ ୫୦ ସହିଦଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଭେଟିଛନ୍ତି। ସହିଦଙ୍କ ପରିବାରକୁ ଭେଟିଲାବେଳେ ସେମାନଙ୍କଠାରୁ ପୁଅ ଭଳି ବ୍ୟବହାର ପାଇଛନ୍ତି। ସହିଦଙ୍କ ଜନ୍ମସ୍ଥଳୀରୁ ସେ କିଛି ମାଟି ସଂଗ୍ରହ କରିଛନ୍ତି; ଭବିଷ୍ୟତରେ ଏହି ମାଟିରେ ସହିଦ ସ୍ମାରକ କରିବାର ଉଦ୍ଦେଶ୍ୟ ରଖିଛନ୍ତି।
ଜିତେନ୍ଦ୍ରଙ୍କ ଘର ରାଜସ୍ଥାନରେ। ବୃତ୍ତିରେ ସେ ଜଣେ ସୁରକ୍ଷାକର୍ମୀ (ସିକ୍ୟୁରିଟି ଗାର୍ଡ)। ବୟସ ଏବେ ତାଙ୍କୁ ୩୭, ପୂର୍ବରୁ ସେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ; କିନ୍ତୁ ଏହାକୁ ଛାଡ଼ି ସୁରତ୍‍ର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ସମୟ ବାହାରକରି ସେ ଖବର କାଗଜରୁ ସହିଦଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତି। ସେମାନଙ୍କ ଠିକଣା ଓ ଜୀବନୀକୁ ନେଇ ରେଜିଷ୍ଟାର ପ୍ରସ୍ତୁତ କରିଛନ୍ତି। ଅଦ୍ୟାବଧି ସେ ସହିଦମାନଙ୍କସମ୍ପର୍କରେ ଯେତିକି କାଗଜପତ୍ର ଓ ସାମଗ୍ରୀ ସଂଗ୍ରହ କରିଛନ୍ତି ତାହାର ଓଜନ ୯ କ୍ୱିଣ୍ଟାଲ ହେଲାଣି। ପୁନଶ୍ଚ ପୋଷ୍ଟକାର୍ଡ କିଣାରେ ସେ ଯେତିକି ବ୍ୟୟ କରୁଛନ୍ତି ତାହା ମଧ୍ୟ କିଛି କମ୍‍ ନୁହେଁ। ୨୦୦୪ରେ ଏହାର ଦାମ୍‍ ଯେତିକି ଥିଲା ଏବେ ସେଥିରେ ୬୬ପ୍ରତିଶତ ବୃଦ୍ଧି ଘଟିଲାଣି। ଏ ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏବେ ମଧ୍ୟ ପୋଷ୍ଟକାର୍ଡ ମୂଲ୍ୟ ହ୍ରାସ ପାଇଁ ସେ ପ୍ରତି ମାସରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଥିବା କହିଛନ୍ତି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories