www.samajalive.in
Monday, December 15, 2025
14.1 C
Bhubaneswar

ଅନୁପ୍ରବେଶ ଅପେକ୍ଷାରେ ୧୬୦ ଆତଙ୍କବାଦୀ

ଜାମ୍ମୁୁ : ପାକିସ୍ତାନରେ ଆତଙ୍କବାଦୀଙ୍କ ଭିତ୍ତିଭୂମି ଏବେ ବି ସୁଦୃଢ ରହିଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ନୂଆ ଆତଙ୍କବାଦୀ ସୃଷ୍ଟି ପୂର୍ବକ ଭାରତକୁ ପଠାଇବା ଲାଗିପଡିଛନ୍ତି। ଏହି କ୍ରମରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅନୁପ୍ରବେଶ ପାଇଁ ୧୬୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହ କହିଛନ୍ତି ଯେ ପାକିସ୍ତାନ ସେନାର ସହଯୋଗରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି। ନାଗ୍ରୋଟାସ୍ଥିତ ହ୍ୱାଇଟ ନାଇଟ କର୍ପସର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି ଯେ ପାକିସ୍ତାନ ଏହାର ନୀତିରେ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ଅନୁପ୍ରବେଶ ବନ୍ଦ ହେବ ନାହିଁ।
୨୦୧୬ରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକର ପରିକଳ୍ପନା କରିଥିବା ସେନା ଅଧିକାରୀଙ୍କ ମଧ୍ୟରୁ ପରମଜିତ ସିଂହ ଅନ୍ୟତମ। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ପରମଜିତ କହିଛନ୍ତି ଯେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏହାର ପ୍ରସ୍ତୁତି କାର୍ଯ୍ୟ ନିୟମିତ ଭାବେ ଚଳାଇଛି। ଆତଙ୍କବାଦୀଙ୍କ ଯେ କୌଣସି ଯୋଜନାକୁ ପଣ୍ଡ କରିବା ଲାଗି ସେନା ବେଶ ଦକ୍ଷ। ଜାମ୍ମୁ-କାଶ୍ମୀରର ସମସ୍ତ ତିନିଟି ଅଞ୍ଚଳରେ କାମ କରିଥିବା ପରମଜିତ କହିଛନ୍ତି ଯେ ଏଲଓସିର ବିଭିନ୍ନ ସ୍ଥାନରେ ୧୪୦ରୁ ୧୬୦ ଆତଙ୍କବାଦୀ ଅନୁପ୍ରବେଶ ନିମନ୍ତେ ଅପେକ୍ଷା କରି ରହିଛନ୍ତି। ପାକିସ୍ତାନ ସରକାର ପରିବର୍ତ୍ତନ ହେବା ସତ୍ତ୍ବେ ଆତଙ୍କବାଦୀ ସଂଗଠନଗୁଡିକ ପୂର୍ବଭଳି କାର୍ଯ୍ୟ ଜାରି ରଖିଛନ୍ତି। ପାକିସ୍ତାନ ସେନା ଓ ଆଇଏସଆଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଯୋଗାଇ ଦେଉଛନ୍ତି। ତେବେ ଡିଜିଏମ୍‍ଓ ସ୍ତରରେ କଥାବାର୍ତ୍ତା ପରେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ବନ୍ଦ ରହିଛି। ଶୀତ ଋତୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ପାରାଚୁଟ ରେଜିମେଣ୍ଟକୁ ପ୍ରସ୍ତୁତ ରଖାଯାଇଛି। କାରଣ ଶୀତ ସମୟରେ ଆତଙ୍କବାଦୀମାନେ ବରଫ ଅଞ୍ଚଳ ଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବେ। ତେଣୁ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ସମସ୍ତ ରେଜିମେଣ୍ଟ ସର୍ବଦା ପ୍ରସ୍ତୁତ ରହିଛନ୍ତି।
ନିକଟରେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ୧୦୭ ଏମ୍‍ଏମ୍‍ ରକେଟ ମାଡ କରିଥିବା ଘଟଣା ଉପରେ ଉତ୍ତର ଦେଇ ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି ଯେ ଏହି ଘଟଣା ପରେ ପାକିସ୍ତାନକୁ ସଂଯମତା ରକ୍ଷା କରିବାକୁ କୁହାଯାଇଛି। ମେ ମାସରେ ହୋଇଥିବା ଡିଜିଏମ୍‍ଓ ସ୍ତରୀୟ କଥାବାର୍ତ୍ତାରେ ଉଭୟ ପକ୍ଷ ୨୦୦୩ ଅସ୍ତ୍ରବିରତି ରାଜିନାମାକୁ ପାଳନ ଲାଗି ସମ୍ମତି ପ୍ରକାଶ କରିଥିଲେ। ଭାରତୀୟ ସୈନିକଙ୍କ ଗୁଳିରେ ଏହାର ଅନେକ ସୈନିକ ପ୍ରାଣ ହରାଉଥିବା ନେଇ ପାକିସ୍ତାନ ଅନେକ ସମୟରେ ଅଭିଯୋଗ କରୁଛି। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଛନ୍ତି ଯେ ପାକିସ୍ତାନ ଏହାର ସୈନିକଙ୍କ ମୃତ୍ୟୁ ବାବଦରେ କେବେହେଲେ ଅଭିଯୋଗ କରେ ନାହିଁ। କେବଳ ପିଓକେରେ ଯଦି ଏହାର ସୈନିକ ନିହତ ହୁଅନ୍ତି ତେବେ ଅଭିଯୋଗ ଉଠାଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories