www.samajalive.in
Sunday, December 14, 2025
19.1 C
Bhubaneswar

ଏକାମ୍ରକ୍ଷେତ୍ରରୁ ବାହାରିଲା ବିଜେପିର ଜନପରାମର୍ଶ ପଦଯାତ୍ରା

ଭୁବନେଶ୍ୱର : ଓଡ଼ିଶାରେ ବିଜେପି କିଭଳି ତା’ର ମିଶନ ୧୨୦ଯୁକ୍ତ ଆସନ ହାସଲ କରିବ ସେଇ ଲକ୍ଷ୍ୟରେ ନିରନ୍ତର ପ୍ରୟାସ ଜାରି ରଖିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ପୂରଣ କରିବାପାଇଁ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ସଙ୍ଗଠନ ସୁଦୃଢ଼ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ଏବେ ନିକଟତର ହୋଇ ଆସୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ବିଜେପି ଏହି ଜନପରାମର୍ଶ ଅଭିଯାନ ଆରମ୍ଭ କରିଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ ଦୀର୍ଘ ୧୯ବର୍ଷ ଧରି ରାଜ୍ୟରେ ପିସି ସରକାର ଚାଲିଛି। ବିନା ପିସିରେ କୌଣସି କାର୍ଯ୍ୟ ହେଉନାହିଁ। ଏପରିକି ଯୋଜନା ପାଇବାକୁ ହେଲେ ଯୋଗ୍ୟହିତାଧିକାରୀକୁ ପିସି ଦେବାକୁ ପଡୁଛି। ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଖି ପାରୁ ନାହାନ୍ତି। ଓଡିଶାର ଅନେକ ସମ୍ଭାବନା ଥିବା ସତ୍ତ୍ବେ ବିକାଶ ହେଉନାହିଁ। ଆଗାମୀ ଦିନରେ କିଭଳି ରାଜ୍ୟରେ ବିକାଶ ହେବ ଏବଂ ସୁଶାସନ ଫେରିବ ସେଥିପାଇଁ ସାଧାରଣ ଜନତାଙ୍କଠାରୁ ପରାମର୍ଶ ଲୋଡାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆଜିଠୁ ସାରା ରାଜ୍ୟରେ ବିଜେପିର ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି। ୩୭,୬୦୬ବୁଥ୍‍, ୫୧ ହଜାର ଗାଁ ଏବଂ ୧୦୦୨ମଣ୍ଡଳରେ ଏହି ପଦଯାତ୍ରା ଚାଲିବ। ଭୁବନେଶ୍ୱର ଏକାମ୍ରକ୍ଷେତ୍ରରୁ ପଦଯାତ୍ରାର ଶୁଭାରମ୍ଭ କରି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ଜନପରାମର୍ଶ ପଦଯାତ୍ରା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟ।।ଣକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ପୂର୍ବରୁ ବିଜେପି ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କରିବା ପାଇଁ ଜନଜାଗରଣ ଯାତ୍ରା, ବୁଥ୍‍ କମିଟି ଗଠନ, ସଭ୍ୟ ସଂଗ୍ରହ ପାଇଁ ଯାତ୍ରା, ବ୍ଲକ ଘେରାଓ, ଆର୍‍ଆଇ ଅଫିସ ଘେରାଓ, ପଞ୍ଚାୟତ ଅଫିସ ତାଲା ପକାଇବା, ମହିଳା ସୁରକ୍ଷା ଯାତ୍ରା, ଯୁବ ମୋର୍ଚ୍ଚା ପକ୍ଷରୁ ନିୟୋଜନ ଅଫିସରେ ତାଲା ପକାଇବା ଆଦି ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ସାଧାରଣ ଲୋକଙ୍କ ହକ୍‍ ପାଇଁ ଆନ୍ଦୋଳନ କରିିଛି। ଏବେ ଏହି ଜନପରାମର୍ଶ ଯାତ୍ରା ଚଳିତମାସ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଏହି ପଦଯାତ୍ରାରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଅମିୟ ଦାସ, ଭୁବନେଶ୍ୱର ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories