BJD Bijuli 480×75 Mob

ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ : ପାକିସ୍ତାନକୁ ସହଜରେ ହରାଇଲା ଭାରତ

BJD Bijuli 480×75 Mob
0

ପ୍ରଭିଡେନ୍‍ସ : ଚଳିତ ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପରେ  କ୍ରମାଗତ ୨ୟ ବିଜୟ ହାସଲ କରିଛି ଭାରତ। ରବିବାର ଖେଳା ଯାଇଥିବା ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ପାକିସ୍ତାନକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ବିସ୍‍ମା ମାରୁଫ୍‍ ଓ ନିଦା ଦାର୍‍ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୭ ୱିକେଟରେ ୧୩୩ ରନ୍‍ କରିଥିଲା। ପରେ ଓପ୍‍ନର ମିତାଲି ରାଜ୍‍ଙ୍କ ଅର୍ଦ୍ଧଶତକ ବଳରେ ୧୯ ଓଭରରେ ୩ ୱିକେଟ ହରାଇ ଭାରତ ଜିତିଥିଲା। ୧୫ରେ ଆୟରଲାଣ୍ଡ ବିପକ୍ଷରେ ଭାରତ ୩ୟ ଲିଗ୍ ମ୍ୟାଚ୍‍ ଖେଳିବ।
ଭାରତୀୟ ଓପ୍‍ନର ଦୃଢ଼ତାର ସହ ୧୩୪ ରନ୍‍ର ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲେ। ଓପ୍‍ନିଂ ଯୋଡ଼ି ୭୩ ରନ୍‍ କରିବା ପରେ ସ୍ମୃତି ମାନ୍ଧାନା ୨୮ ବଲ୍‍ରୁ ୪ଟି ଚୌକା ସହ ୨୬ ରନ୍‍କରି ଆଉଟ ହୋଇଥିଲେ। ପରେ ଜେମିମା ରଡ୍ରିଗ୍ୱେଜ୍‍ ୧୬ ରନ୍‍କରି ଆଉଟ ହୋଇ ଯାଇଥିଲେ। ଅଭିଜ୍ଞ ମିତାଲି ରାଜ୍‍ ୪୭ ବଲ୍‍ରୁ ୭ଟି ଚୌକା ସହ ୫୬ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟିକା ହରମନପ୍ରୀତ କୌର ୧୪ ଓ ବେଦା କୃଷ୍ଣମୂର୍ତ୍ତି ୮ ରନ୍‍ କରି ଅପରାଜିତ ଥିଲେ। ମିତାଲି ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।


ଟସ୍‍ ଜିତି ଭାରତ ଫିଲ୍‍ଡିଂ ନେଇଥିଲା। ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗି ମାତ୍ର ୩୦ ରନରେ  ୩ଟି ୱିକେଟ ହରାଇଥିଲା। ଅଧିନାୟିକା ଜାଭେରିଆ ଖାଁ ୧୫ ବଲ୍‍ରୁ ୩ଟି ଚୌକା ସହ ୧୭ ରନ୍‍ କରିଥିଲେ। ତେବେ ୪ର୍ଥ ୱିକେଟ ପାଇଁ ବିସ୍‍ମା ମାରୁଫ୍‍ ଓ ନିଦା ଦାର୍‍ ଚମତ୍କାର ଭାଗିଦାରୀ କରିଥିଲେ। ମାରୁଫ୍‍-ନିଦା ୧୨ ଓଭର କ୍ରିଜ୍‍ରେ ରହି ୯୩ ରନ୍‍ ଯୋଗ କରିବାରୁ ପାକିସ୍ତାନ ୧୩୩ ରନ୍‍ରେ ପହଞ୍ଚି ପାରିଥିଲା। ମାରୁଫ୍‍ ୪୯ ବଲ୍‍ରୁ ୪ଟି ଚୌକା ସହ ୫୩ ରନ୍‍ କରିଥିଲେ। ନିଦା ଦାର ଆକ୍ରମଣାତ୍ମକ ବ୍ୟାଟିଂକରି ମାତ୍ର ୩୫ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୨ ରନ୍‍ କରିଥିଲେ। ୧୦ ରନ୍‍ରେ ପାକିସ୍ତାନ ଶେଷ ୪ଟି ୱିକେଟ ହରାଇଥିଲା। ଦୁଇ ଭାରତୀୟ ସ୍ପିନର ଡି. ହେମଲତା ଓ ପୁନମ୍‍ ଯାଦବ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Leave A Reply