www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ରାଗିଂ ଅଭିଯୋଗ: ସିନିୟରଙ୍କ ମାଡରେ ଜୁନିୟର ଲହୁଲୁହାଣ

କେନ୍ଦୁଝର : କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ମଙ୍ଗଳବାର ରାତିରେ କିଛି ସିନିୟର ଛାତ୍ର ହଷ୍ଟେଲ ଭିତରେ ପଶି ଜଣେ ଜୁନିୟର ଛାତ୍ରଙ୍କୁ ନିର୍ଧୁମ୍ ପିଟିଥିଲେ। ପୀଡିତ ଛାତ୍ର ଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ୍ ବେହେରା ବୋଲି ଜଣାପଡିଛି। ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କିଛି ସିନିୟର ଛାତ୍ର ବିଶ୍ଵଜିତଙ୍କ କବାଟ ବାଡେଇଥିଲେ। ହେଲେ ବିଶ୍ଵଜିତ୍ କବାଟ ନଖୋଲିବାରୁ କବାଟ ଭାଙ୍ଗି ସେମାନେ ବିଶ୍ଵଜିତ୍ ଙ୍କୁ ଠେଙ୍ଗା ଏବଂ ଲୁହା ରଡ୍ ସାହାର୍ଯ୍ୟରେ ନିର୍ଧୁମ୍ ପିଟିଥିଲେ। ପରେ ଚିତ୍କାର ଶୁଣି ହଷ୍ଟେଲ ଓ୍ବାଡେନ୍ ଘଟଣାସ୍ଥଳରେ ପହଞ୍ଚି ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରିବାର ଲୋକ ମେଡିକାଲରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେପଟେ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

 

- Advertisement -

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories