www.samajalive.in
Sunday, December 7, 2025
14.1 C
Bhubaneswar

ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ, ହେଲେ ନିଲମ୍ବିତ

ଫୁଲବାଣୀ : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଆଜି ପରାସେଟ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ବହିର ଅନ୍ୟ ବିଷୟ ଉପରେ ପାଠ ପଢ଼ାଇ ଆସୁଥିଲେ। ପ୍ରଧାନ ଶିକ୍ଷକ ବିବରାମ ଉଠାଣ ସିଂ ବିଦ୍ୟାଳୟ ସମୟରେ ମଦ୍ୟପାନକୁ ବାରଣ କରିଥିଲେ ମଧ୍ୟ ଶିକ୍ଷକ ଶ୍ରୀ ପରାସେଟ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନି ନଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଏନେଇ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ତୁମୁଡିବନ୍ଧ ବି.ଇ.ଓ ଶ୍ରୀ ଗଡତ୍ୟା ଶିକ୍ଷକ ନିଆଜି ପରାସେଟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସିଆରସିସି ସିପାନା ମାଝୀ ନିଲମ୍ବିତ ଚିଠିକୁ ସଂପୃକ୍ତ ଶିକ୍ଷକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହି ଖବର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories