www.samajalive.in
Saturday, December 6, 2025
26.1 C
Bhubaneswar

ଶୁଣିଲେନି ସରକାର, ରାସ୍ତାକୁ ଓହ୍ଲାଇଲେ ଜନତା: ମୌଳିକ ସୁବିଧା ଦାବିରେ ରାସ୍ତାରୋକ

ଫୁଲବାଣୀ: ସରକାର ଶୁଣିଲେନି, ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ ସାଧାରଣ ଜନତା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ତାଯୁଙ୍ଗିଆ ପଞ୍ଚାୟତର ସିକରମାହାଠାରେ। ନେଟୱର୍କ, ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ବୁଧବାର ସକାଳ ପ୍ରାୟ ୬ଟାରୁ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ। ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହେବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଆଜି ମେଧାବୃତ୍ତି ପରୀକ୍ଷା ଚାଲିଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଛାତ୍ରଛାତ୍ରୀ ଦାରିଙ୍ଗବାଡି ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସୂଚନା ଅନୁଯାୟୀ, ସିକରମାହାରେ ଟାୱାର ଅଛି କିନ୍ତୁ ପ୍ରାୟ ୯ମାସ ହେବ ନେଟୱର୍କ କାମ କରୁନାହିଁ, ମେଡିକାଲ ଅଛି କିନ୍ତୁ ପ୍ରାୟ ଏକ ବର୍ଷ ହେଲାଣି ଡାକ୍ତର ପଦବୀ ଖାଲି ପଡ଼ିଛି, ଅଞ୍ଚଳରେ ରୋଗୀସେବା ପ୍ରଭାବିତ ହେଉଛି, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଅଛି କିନ୍ତୁ ତାହାକୁ ବିଶୋଧନ କରାଯାଉ ନାହିଁ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ବାଧ୍ୟ ହୋଇ ଆଜି ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇ ଥିବାବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜିର ଏହି ରାସ୍ତାରୋକ ଆନ୍ଦୋଳନରେ ଦାଦାରାଡ଼ି, ମହାଗୁଡ଼ି, ଟେକଙ୍ଗିଆ, ପିଡ୍ଡଡମହା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories