www.samajalive.in
Tuesday, December 9, 2025
15.1 C
Bhubaneswar

ଆରମ୍ଭ ହେଲା ଅପରେସନ ଗଞ୍ଜେଇ ଗଛ କଟା ଅଭିଯାନ 

 ଫୁଲବାଣୀ: କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଅପରେସନ ଗଞ୍ଜେଇ ଗଛ କଟା ଅଭିଯାନ। ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ କ୍ରମେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ଅପରେସନ ଆରମ୍ଭ ହୋଇଛି। ଜିଲାରେ କଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଆସିଥିବା ଫିରିଙ୍ଗିଆ ଥାନା ଅଂଚଳରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନା ଅଧୀନରେ ଥିବା କୁଳିଆକୁଟି, ଶିମିଳି ସାହି, ଟୁଣୁରସାହି ଓ ଗୋପିପଦର ଗାଁ ଗୁଡିକର ନିକଟ ବର୍ତ୍ତି ପ୍ରାୟ ଏକାବନ ଏକର ଜଙ୍ଗଲ ଜମିମାନଙ୍କରେ ବେଆଇଆନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟିଦେବା ସହ ଜାଳିପୋଡି ନଷ୍ଟ କରିଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ହାରାହାରି ଏକାବନ ଲକ୍ଷ୍ୟ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।
ଏହି ଗଞ୍ଜେଇ କଟାକୁ ନେଇ ୨୨୯/୨୦୨୪ରେ ଏକ ମାମଲା ମଧ୍ୟ୍ୟ ରୁଜୁ କରାଯଇଛି। ଏହି ଅଭିଯାନରେ ଥାନାରେ କାର୍ଯ୍ୟରତ ଏସଆଇ ପ୍ରମୋଦ କୁମାର ବେହେରାଙ୍କ ସହ ଥାନାରେ କାର୍ଯ୍ୟରତ ସମସ୍ତ ହୋମ ଗାର୍ଡ ଓ ପ୍ରାୟ କୋଡିଏ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories