www.samajalive.in
Wednesday, December 10, 2025
16.1 C
Bhubaneswar

କଳିଙ୍ଗ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନାଚକ୍ର

ଜି ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଏକ ବିଭାଗୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟମାନସ ରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ବିଷୟ  ‘ରାଜନୈତିକ ଚିନ୍ତାଧାରା’ ଉପରେ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ।  ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଅର୍ଚ୍ଚିତା ପ୍ରଧାନ, ଆଲ୍ଫାରାଣୀ ମଲିକ, ଶୁଭ୍ରାଂଜଳି  ପ୍ରଧାନ ନିଜର ଲିଖିତ ଆଲୋଚ୍ୟ ବିଷୟରେ ବିବରଣୀ  ପାଠ କରିଥିଲେ।

ଏହି ଆଲୋଚନାଚକ୍ରରେ ବିଭାଗୀୟ ଆଧ୍ୟାପକ ଡଃ ରାଜେଶ ବାଗ ଓ ମଦନ ମୋହନ ବନଛୋର ଆଲୋଚନାଚକ୍ରର ବିଷୟବସ୍ତୁ  ଉପରେ ବିଶେଷ ଆଲୋକପାତ କରିଥିଲେ। ଏହି ଆଲୋଚନାରଚକ୍ରରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇ ତର୍କ ବିତର୍କରେ ଅଂଶଗ୍ରହଣ କରି ଆଲୋଚନାଚକ୍ରକୁ ସାଫଲ୍ୟ  ମଣ୍ଡିତ କରିଥିଲେ। ପରିଶେଷରେ ବିଭାଗର ଶେଷ ବର୍ଷ ଛାତ୍ର ଅଜୁ ଦିଗାଲ୍ ଧନ୍ୟବାଦ ଅର୍ପଣ କରିବା କରିଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories