www.samajalive.in
Sunday, December 7, 2025
18.1 C
Bhubaneswar

ତାଲା ଖୋଲିବାକୁ ନେଇ ଉତ୍ତେଜନା, ପୁଲିସ ମୁତୟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ୧୧ନମ୍ବର୍ ୱାର୍ଡର ଶିବ ବନ୍ଦରେ ଚାଲିଥିବା ଜଳ ଉତ୍ସବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ବିଜ୍ଞାପିତ ଅଧ୍ୟକ୍ଷଙ୍କ କଥା କଟାକଟି ଯୋଗୁ ଉତ୍ତେଜନା ହୋଇ ଥିବାରୁ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଏ ନେଇ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ। ପରେ ଗୁରୁବାର ଦିନ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟାଳୟ ଆସି ଦେଖି ପୋଲିସ ସୁରକ୍ଷା ମାଗିବା ସହ ତାଲା ଖୋଲି ଥିବା ସମୟରେ ଅଧ୍ୟକ୍ଷ ଓ କାଉନସିଲର ଏନଏସି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ପୁଣି ତାଲା ପକାଇବାକୁ ଜିଦ ଧରି କାର୍ଯ୍ୟାଳୟ ପାଖରେ ନାରା ବାଜି କରି ଧାରଣାରେ ବସିଥିବା ଦେଖାଯାଇଥିଲା। ତେବେ ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ, ଥାନା ଭାରପ୍ରାପ୍ତ ଅଧିକାରିଣୀ ରଶ୍ମିତା ବେହେରା ଓ ପୋଲିସ ସୁରକ୍ଷା ବଳ ଉପସ୍ଥିତ ଅଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories